ଷୋଡ଼ଶ କମିଶନଙ୍କ ନିକଟରେ ୧୨,୫୯,୧୪୮ କୋଟି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୨:ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ । ଫେବୃଆରୀ 4 ରୁ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିଶନ । ବିଶେଷ କରି ଓଡ଼ିଶାର ଅର୍ଥନୈତିକ ସ୍ଥିତି ସହ ବିକାଶ କାମକୁ ଅନୁଧ୍ୟାନ କରିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଆଜି ଓଡିଶା ସରକାରଙ୍କ ସହ କମିଶନଙ୍କ ସହ ଆଲୋଚନା ହେଲା । କମିଶନଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।୧୨,୫୯,୧୪୮ କୋଟିର ଦାବି ରଖିଲେ ସରକାର । ଆଗାମୀ ୫ ବର୍ଷ ପାଇଁ କମିଶନଙ୍କ ନିକଟରେ ରଖିଲେ ଦାବି । କେନ୍ଦ୍ରୀୟ ଟିକସ ଆୟରୁ ରାଜ୍ୟକୁ ୪୧% ମିଳୁଥିଲା । ଏହାକୁ ୫୦% ବୃଦ୍ଧି କରିବାକୁ ଦାବି କରାଯାଇଛି ।ରାଜ୍ୟ ସରକାରଙ୍କ ଷୋଡଶ ଅର୍ଥ କମିଶନଙ୍କ ସହ ବୈଠକ ଗୁରୁବାର ଶେଷ ହୋଇଛି । ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାର ଦାବି ବିଷୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି, କମିଶନଙ୍କ ନିକଟରେ ବିକଶିତ ଓଡିଶା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ୨୦୨୬-୩୧ ଯାଏଁ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ରହିଛି । କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ୪୧ ପ୍ରତିଶତ ରାଜ୍ୟମାନଙ୍କୁ ବଣ୍ଟନ କରାଯାଉଛି । ଏହା ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି ।ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ସହ ଅର୍ଥ କମିଶନଙ୍କ ନିକଟରେ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି କରାଯାଇଛି ।ପୂର୍ବର ରାଜସ୍ୱ ନିଅଣ୍ଟକୁ ୯.୪୮ ଲକ୍ଷ କୋଟି କରିବାକୁ ଦାବି ହୋଇଛି । ସ୍ପେସିଫିକ୍‌ ଫଣ୍ଡ ବାବଦରେ ୧,୧୦ ଲକ୍ଷ କୋଟିର ଦାବି ଉପସ୍ଥାପନ କରାଯାଇଛି ।ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଅନୁଦାନ ପାଇଁ ୧.୩୬ ଲକ୍ଷ କୋଟିର ଅର୍ଥ ଦାବି କରାଯାଇଛି । ଏହାସହ ଏସଡିଆରଏଫରେ ଶତ ପ୍ରତିଶତ କେନ୍ଦ୍ର ଦେବାକୁ ଦାବି ରଖାଯାଇଛି । ଏ ବାବଦକୁ ୩୧ ହଜାର କୋଟି ଦାବି କରାଯାଇଛି । ଏସଡିଆରଏଫରେ କେନ୍ଦ୍ର ୭୫% ଓ ରାଜ୍ୟ ୨୫%  ଦେଇଥାଏ । ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ଶତ ପ୍ରତିଶତ ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!