ଆଜି ୭ଟାରେ ଭୁବନେଶ୍ବରରେ ପହଞ୍ଚିବେ ଭାରତ, ଇଂଲଣ୍ଡ ଖେଳାଳି

ଭୁବନେଶ୍ୱର,୭ା୨ :କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ନାଗପୁରରେ ପ୍ରଥମ ଏକଦିବସୀୟ ମ୍ୟାଚକୁ ୪ ୱିକେଟ୍‌ରେ ସହଜରେ ଜିତିବା ପରେ ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଓ ଭ୍ରମଣକାରୀ ଇଂଲଣ୍ଡ ଦଳର ଖେଳାଳି ଆଜି ଭୁବନେଶ୍ୱରରେ ପହଞ୍ଚିବେ। ରବିବାର ଐତିହାସିକ ବାରବାଟୀରେ ସିରିଜର ଗୁରୁତ୍ୱପୂର୍ଣ୍ଣ ୨ୟ ଏକଦିବସୀୟ ଖେଳାଯିବ। ଏଥିଲାଗି ଦୁଇ ଦଳର ଖେଳାଳି ଶୁକ୍ରବାର ଅପରାହ୍ଣରେ ନାଗପୁରର ବାବାସାହେବ ଆମ୍ବେଦକର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। ସନ୍ଧ୍ୟା ୭ଟାରେ ଦୁଇ ଦଳର ଖେଳାଳି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି।ଉଭୟ ଦଳ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ମେ’ଫେୟାର ହୋଟେଲ୍‌ରେ ରହିବେ। କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ୍‌ ଫୋର୍ସ ସହ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାପୂର୍ବରୁ ବିମାନବନ୍ଦରରୁ ହୋଟେଲ୍‌ ଏବଂ ସେଠାରୁ ବାରବାଟୀରେ କିଭଳି ସୁରକ୍ଷିତ ଭାବେ ଉଭୟ ଦଳର ଖେଳାଳିମାନେ ପହଞ୍ଚତ୍ବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କାର୍‌କେଡ୍‌ ରିହର୍ସାଲ କରାଯାଇଛି। ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ଓ ଡିସିପି ପିନାକ୍‌ ମିଶ୍ର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଶନିବାର ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଇଂଲଣ୍ଡ ଦଳ ଓ ଭାରତୀୟ ଦଳ ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବେ। ଉଭୟ ଦଳର ଖେଳାଳି ମେ’ ଫେୟାରରୁ ବାହାରି ଜାତାୟ ରାଜପଥ-୧୬ ରସୁଲଗଡ଼ ଦେଇ କଟକ ଯିବାକୁ ଥିବା ରୁଟ୍‌ ଲାଇନ ପ୍ରସ୍ତୁତି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!