ନାଗପୁର,,୭ା୨: ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ। ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଭାରତ ଆଗରେ ୨୪୯ ରନର ଲକ୍ଷ୍ୟ ରଖିଥିଲା। ଭାରତ ୩୮.୪ ଓଭରରେ ୬ ୱିକେଟ ହରାଇ ୨୫୧ ରନ କରି ମ୍ୟାଚକୁ ସହଜରେ ଜିିତି ନେଇଛି।ନାଗପୁରର ଭିସିଏ ଷ୍ଟାଡିୟମରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ ଚୟନ କରି ୪୭.୫ ଓଭରରେ ୨୪୮ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ଲକ୍ଷ୍ୟକୁ ହାସଲ କରି ବିଜୟ ଲାଭ କରିଥିଲା । ଦ୍ବିତୀୟ ଦିନିକିଆ ୯ ଫେବୃୟାରୀରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।ଭାରତର ଶୁଭମନ ଗିଲ୍ ୮୭, ଶ୍ରେୟସ ଅୟର ୫୯ ଓ ଅକ୍ଷର ପଟେଲ ୫୨ ରନ୍ କରିଛନ୍ତି । ରବିନ୍ଦ୍ର ଜଡେଜା ଓ ହର୍ଷିତ ରାଣାଙ୍କୁ ୩-୩ ଓ୍ବିକେଟ ମିଳିଛି । ଇଂଲଣ୍ଡରୁ ଜୋସ୍ ବଟଲର ୫୨ ଓ ଜ୍ୟାକବ ବେଥେଲ ୫୧ ରନ୍ କରିଛନ୍ତି । ଆଦିଲ ରଶିଦ ଓ ସାକିବ ମହମୁଦଙ୍କୁ ୨-୨ ଓ୍ବିକେଟ୍ ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |