ଭୁବନେଶ୍ୱର,୭ା୨:ବଲାଙ୍ଗୀରର ଘଞ୍ଚ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏନେଇ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ତେବେ ଏଥିରେ କେହି ମାଓବାଦୀ ମୃତାହତ ହେବାର ଏଯାଏ କୌଣସି ସୂଚନା ନାହିଁ।ଗନ୍ଧମାର୍ଦ୍ଦନରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ । ବଲାଙ୍ଗିର ଜିଲ୍ଲା ହନୁପାଲି ଗାଁ ଜଙ୍ଗଲରେ ଗୁଳିମିନିମୟ ।ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ ।ଛତିଶଗଡ଼ର ବୀଜାପୁର ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ସମୟରେ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ୮ଜଣଙ୍କ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।ଗନ୍ଧମାର୍ଦ୍ଦନର ତଳିଆ ଅଞ୍ଚଳ ଭାନପୁରରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଗନ୍ଧମାର୍ଦ୍ଦନର ରେଙ୍ଗାଲି, ମହରାପଦର, ତେଲେନପାଲି ଓ ଭାନପୁର ମାଓପ୍ରବଣ ଅଞ୍ଚଳ ହୋଇଥିବା ହେତୁ ଏଠାରେ ମାଓବାଦୀ ଲୁଚିଥିବାର ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ଅତର୍କିତ ଆକ୍ରମଣ କରିଛନ୍ତି।ଉଭୟ ବଲାଙ୍ଗୀର ଓ ବରଗଡ଼ ପଟୁ ଗନ୍ଧମାର୍ଦ୍ଦନ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଛି। ଛତିଶଗଡ଼ରେ ଜୋରଦାର ସର୍ଚ୍ଚ ଅପରେସନ ପରେ ଓଡ଼ିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ମାଓବାଦୀ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |