ଖସିଲା ରେପୋ ରେଟ୍‌, କମିବ ଋଣ ଇଏମଆଇ

ନୂଆଦିଲ୍ଲୀ,,୭ା୨: ଖସିଲା ରେପୋ ରେଟ୍ । ପାଞ୍ଚ ବର୍ଷ ପରେ ରେପୋ ରେଟ୍ ଖସିଥିବା ସୂଚନା ଦେଲେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ।ରୋପୋ ରେଟ୍ ୬.୫%ରୁ ୬.୨୫%କୁ ଖସିଲା । ମୁଦ୍ରାନୀତି ବିବୃତ୍ତି ଉପରେ ଆରବିଆଇ ଗଭର୍ନରଙ୍କ ସୂଚନା । ଶୁକ୍ରବାର ଆରବିଆଇର ମନିଟାରୀ ପଲିସି ମିଟିଂ ଶେଷ ହୋଇଛି । ଆରବିଆରର ନୂତନ ଗଭର୍ନର ସଞ୍ଜୟ ମଲହୋତ୍ରାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଏହି ବୈଠକରେ ରେପୋ ରେଟକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬.୨୫% କରିଛନ୍ତି ।୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ ପାଇଛି। ଏମପିସି(ମନିଟାରୀ ପଲିସି କମିଟି) ବୈଠକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଘୋଷଣା କରିଛନ୍ତି ଯେ, ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଏହାକୁ ୬.୫%ରୁ ୬.୨୫%କୁ ହ୍ରାସ କରାଯାଇଛି। ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଏମପିସିର ସମସ୍ତ ସଦସ୍ୟ ରେପୋ ରେଟ୍‌ ହ୍ରାସ ସପକ୍ଷରେ ମତ ଦେଇଛନ୍ତି। ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରା ପ୍ରଥମ ଥର ପାଇଁ ମୁଦ୍ରା ନୀତି କମିଟିର ନିଷ୍ପତ୍ତି ଘୋଷଣା କରିଛନ୍ତି। ରେପୋ ରେଟ୍ ହ୍ରାସ ପରେ ଏବେ ଆପଣଙ୍କ ଋଣର ଇଏମଆଇ କମିଯିବ। ତିନି ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ସୁଧ ହାର ଉପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!