ଢେଙ୍କାନାଳ ,,୭ା୨: ଆସନ୍ତା ୧୧ ତାରିଖରେ ଯୋରନ୍ଦା ମେଳା ଆରମ୍ଭ|ଯୋରନ୍ଦା ମେଳା ଆସନ୍ତା ୧୧ ତାରିଖ ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି। ପ୍ରାତଃ ସାଢେ ୩ରେ ଗାଦି ମନ୍ଦିର, ଏକୋଈଶହାତିଆ ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିରରେ ନୀତି ଆରମ୍ଭ ହେବା ସହ ଅପରାହ୍ନ ୫ଟା ୧୫ରେ ମହିମା ଗୋସାଇଁଙ୍କ ଗାଦି ମନ୍ଦିର ଝାଡ଼ଦୀପ ପ୍ରଜ୍ୱଳନ ପାଇଁ ନିତି ନିର୍ଘଣ୍ଟ କରାଯାଇଥିବା ବରିଷ୍ଠ ମହିମା ସନ୍ୟାସୀ ବାବା ନିତ୍ୟାନନ୍ଦ ଦାସ ପ୍ରକାଶ କରିଛନ୍ତି। ସ୍ୱୟଂମହିମା ସ୍ୱାମୀ ୧୮୭୪ ମାଘ ଶୁକ୍ଲ ଚତୁର୍ଦ୍ଧଶୀରେ ଯୋରନ୍ଦାରେ ବ୍ରହ୍ମଧୂନୀ ସ୍ଥାପନ କରି ଯୋରନ୍ଦା ମାଘ ମେଳା ଆରମ୍ଭ କରିଥିଲେ। ଚଳିତବର୍ଷ ରାଜ୍ୟ ଏବଂ ରାଜ୍ୟ ବାହାର ସନ୍ୟାସୀ, ସାଧୁସନ୍ଥ ମହିମାଗାଦୀରେ ପହଞ୍ଚିବାରେ ଲାଗିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |