୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୨:ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ ପଡ଼ିଆଠାରେ ନିଯୁକ୍ତି ମେଳାରେ ଓଡ଼ିଶା ସରକାରଙ୍କ ପ୍ରମୁଖ ୯ ଟି ବିଭାଗ ଯଥା- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ, ଜଳ ସମ୍ପଦ ବିଭାଗ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସର୍ବମୋଟ୍ ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ରାଜ୍ୟ ସରକାର ଆଜି ବିଭିନ୍ନ ବିଭାଗରେ ମୋଟ ୬,୩୯୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୨୭୫୩ ଜଣ ବହୁମୁଖି ମହିଳା ସ୍ବାସ୍ଥ୍ୟକର୍ମୀ, ୧୧୦ ଜଣ ଆୟୁର୍ବେଦିକ ଅଧିକାରୀ|୧୦ ଜଣ ହୋମିଓପାଥିକ୍, ୫ ଜଣ ଆୟୁଷ କନିଷ୍ଠ ସହାୟକ, ୧୧୮ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ ଓ ୧୨ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ୫୭ ଜଣ ଅମୀନ, ୧୦୪ ଜଣ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ୮୯୪ ଜଣ ଶିକ୍ଷକ ଓ ଅଧ୍ୟକ୍ଷ, ୧୭୯୮ ଜଣ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ୭୩ ଜଣ କନିଷ୍ଠ ସହାୟକ, ୨ ଜଣ ସମୀକ୍ଷକ, ୩୭ ଜଣ ଯୋଗାଣ ନିରୀକ୍ଷକ, ୨୧୨ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ, ୨୦ ଜଣ ସହକାରୀ ମତ୍ସ୍ୟ ଅଧିକାରୀ, ୩୪ ଜଣ ହିସାବ ରକ୍ଷକ, ୧୨ ଜଣ ଅମିନ, ୧୭ ଜଣ କନିଷ୍ଠ, ୨ ଜଣ କନିଷ୍ଠ ହିସାବ ରକ୍ଷକ ଅଛନ୍ତି।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!