ଦିଲ୍ଲୀରେ ଭୋଟ ଗଣତି ଆରମ୍ଭ

 ନୂଆଦିଲ୍ଲୀ,୮।୨: ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ବହୁମତ ହାସଲ କରିଛି। ଦିଲ୍ଲୀରେ ଭୋଟ ଗଣତି ଆରମ୍ଭ, ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ। ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି।ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ଟ୍ରେଣ୍ଡ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଥମ ଟ୍ରେଣ୍ଡ ସାମ୍ନାକୁ ଆସିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ଦେଖିବାକୁ ମିଳିଛି।ପ୍ରାରମ୍ଭିକ ଟ୍ରେଣ୍ଡରେ ଆରକେ ପୁରମ ଓ ରୋହିଣୀରେ ବିଜେପିକୁ ଫାଇଦା ମିଳିଛି। ଭୋଟ ଗଣତି ଆରମ୍ଭ ହେବା ପରେ ବ୍ୟାଲଟ୍ ପେପର ବକ୍ସ ଖୋଲାଯାଇଛି।ତ୍ରିନଗରରୁ ଆମ୍ ଆଦମୀ ପାର୍ଟି, ପାଟପରଗଞ୍ଜରୁ ବିଜେପି ଆଗୁଆ, ଦେବଲିରୁ ଆପ୍ ର ପ୍ରେମ ଚୌହାନ ଏବଂ ରୋହିଣୀରୁ ବିଜେପିର ବିଜେନ୍ଦର ଗୁପ୍ତା ଆଗୁଆ ଅଛନ୍ତି।ଦିଲ୍ଲୀ ନିର୍ବାଚନ ପାଇଁ ହୋଇଥିବା ଏକଜିଟ୍ ପୋଲରେ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ବ୍ୟାଲଟ୍ ପେପର ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ସମାନ ସୂଚାଉଛି।ବିଜେପି ୩ଟି ଆସନରେ ଆଗୁଆ ଥିବା ବେଳେ ଆମ୍ ଆଦମୀ ପାର୍ଟି ମଧ୍ୟ ୩ଟି ଆସନରେ ଆଗୁଆ ରହିଛି। ପୋଷ୍ଟାଲ ବାଲାଟ୍ ଗଣତିରେ ବାଦଲିରେ କଂଗ୍ରେସ ଆଗୁଆ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!