ଇଣ୍ଟରନେଟ ସୁରକ୍ଷା ଦିବସ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଉପରେ ଆଲୋଚନା ଚକ୍ର

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),  ୮।୦୨:ଇଣ୍ଟରନେଟ ସୁରକ୍ଷା ଦିବସ ପାଳନ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟର ବିନୋଦ ଝା ପ୍ରେକ୍ଷାଳୟରେ ସାଇବର୍ ସୁରକ୍ଷା ସଚେତନତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ମହାବିଦ୍ୟାଳୟର କ୍ୟାରିଅର କାଉନସେଲିଂ ସେଲର ସହଯୋଗିତରେରେ ଜିଲ୍ଲା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଆଲୋଚନା ଚକ୍ରକୁ ଆୟୋଜନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ବିଶ୍ବରଂଜନ ଭୁକ୍ତା ଯୋଗ ଦେଇଥିବା ବେଳେ ସିଏମଜିଆଇ ଜିଲ୍ଲା ସଂଯୋଜକ ଶ୍ରୀ ଅକ୍ଷୟ କୁମାର ପାଲ୍ ଓ ଯୁକ୍ତ ତିନି କ୍ୟାରିଅର କାଉନସେଲିଂ ସେଲର ସଦସ୍ୟ ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀ ଘାସିରାମ ବେହେରା, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ଜିତେନ୍ଦ୍ର କୁମାର ରଥ ପ୍ରମୁଖ ମାଞ୍ଚାସୀନ ହୋଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓ ଅତିଥିମାନଙ୍କୁ ସ୍ବାଗତ ଜଣାଇବା ସହିତ ପିଲାମାନଙ୍କୁ ଇଣ୍ଟରନେଟ ମାଧ୍ୟମରେ ହେଉଥିବା ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷିତ ରହିବା ପାଇଁ ସଚେତନ କରାଇଥିଲେ ।ଏହା ପରେ ଆଲୋଚନା ଚକ୍ରର ମୁଖ୍ୟବକ୍ତା ଶ୍ରୀ ଭୁକ୍ତା ବୃତ୍ତ ଚିତ୍ର ମାଧ୍ୟମରେ କେମିତି ସାଇବର ଅପରାଧୀମାନେ ଟଙ୍କା ଠକେଇ କରନ୍ତି, ଅନଲାଇନ୍ ୟୁପିଆଇ ପେମେଣ୍ଟ ଠକେଇ, କ୍ୟୁଆର କୋଡ୍ ସ୍କାନ୍ ଠକେଇ, ପାର୍ସଲ ନାଁରେ ଠକେଇ(ଡିଜିଟାଲ୍ ଆରେଷ୍ଟ), କୌନ ବନେଗା କରୋଡପତି ଭଳି ଅପରାଧୀଙ୍କ ଜାଲ୍ ଲଟେରି ସ୍କାମ୍ ଜରିଆରେ ଠକେଇ, ମୋବାଇଲ ଓ ଇଣ୍ଟରନେଟ୍ ରିଚାର୍ଜ ନାଁରେ ପ୍ରମୁଖ ଠକେଇ ସମ୍ପର୍କରେ ଅବଗତ କରାଇବା ସହିତ ଠକେଇରୁ ରକ୍ଷା ପାଇବା ପାଇଁ କେଉଁ ଉପାୟ ଓ କୌଶଳ ଅବଲମ୍ବନ କରିବେ ସେ ନେଇ ବିସ୍ତୃତ ଆଲୋଚନା କରି ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଶ୍ରୀ ଅକ୍ଷୟ କୁମାର ପାଲ୍ ବୈଷୟିକ ସହାୟତା କରିଥିବା ବେଳେ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ଶମ୍ଭୁ ପ୍ରାସାଦ ହୋତା ମଞ୍ଚ ପରିଚାଳନା କରିଥିଲେ ।ମହାବିଦ୍ୟାଳୟର ବହୁ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ କ୍ୟାରିୟର କାଉନସେଲିଂ ସେଲର ସହାୟକ ଡ. ଜାହାଙ୍ଗୀର ମହମ୍ମଦ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!