ଭୁବନେଶ୍ୱର,୮।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଆଜି ଭାରତୀୟ ଖେଳାଳିମାନେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ନେଟ୍ରେ ଅଭ୍ୟାସ କରିଛନ୍ତି। ରବିବାର ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ମ୍ୟାଚ ପୂର୍ବରୁ ବାରବାଟୀରେ ଟିମ୍ ଇଣ୍ଡିଆର ଅଭ୍ୟାସ ଚାଲିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ପ୍ରାକ୍ଟିସ କରୁଛନ୍ତି ଭାରତୀୟ ଟିମ୍ । ରାତି ୮ଟା ଯାଏ ଅଭ୍ୟାସ ଚାଲିବ । ଖେଳାଳିଙ୍କ ଅଭ୍ୟାସ ଦେଖିବାକୁ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଖଚାଖଚ ଭିଡ ଲାଗିଛି । ଆସନ୍ତାକାଲିର ମହାମୁକାବିଲା ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଯଶସ୍ବୀ ଜୟସ୍ବାଲ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି, ରବୀନ୍ଦ୍ର ଜାଦେଜା, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଓ ଅନ୍ୟ ଖେଳାଳିମାନେ ଅଭ୍ୟାସ କରିଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବାରୁ ଦଳର ଖେଳାଳିମାନେ ବହୁ ପରିଶ୍ରମ କରିଛନ୍ତି। ରନିଂ, ବ୍ୟାୟାମ ସହିତ ଝାଳ ବୁହାଇ ଷ୍ଟାଡିୟମ୍ର ସ୍ଥିତିକୁ ଅତି ନିକଟରୁ ପରଖିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |