ନୂଆଦିଲ୍ଲୀ,୮।୨:ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପିକୁ ବହୁମତ ମିଳିଛି। ଘୋଷଣା ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳଫଳ । 70ଟି ଆସନ ପାଇଁ ଭୋଟିଂ ହୋଇଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୪୮ଟି ଆସନ ପାଇଛି । ଏଥିସହିତ ଆମ୍ ଆଦମୀ ପାର୍ଟି ୨୨ଟି ଆସନରେ ସୀମିତ ରହିଛି । ଏଥି ସହିତ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ଶୂନ୍ୟ ଆସନ ପାଇଛି ।ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପର 10 ବର୍ଷର ରାଜୁତି ଶେଷ ହୋଇଛୁ । ପୁଣି ବାଜି ମାରିଛି ବିଜେପି । ଦିଲ୍ଲୀ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଫିଲ୍ମ ଅଭିନେତା ତଥା ପୂର୍ବତନ ସାଂସଦ ପରେଶ ରାୱଲ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି । ନାଁ ନନେଇ ଏହି ଟାର୍ଗେଟ କରିଛନ୍ତି ।ଦିଲ୍ଲୀ ବିଧାନସଭା ପାଇଁ ଗତ ୫ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିଲା। ଆଜି ଭୋଟ୍ ଗଣତି ହୋଇଥିବା ବେଳେ ବିଜେପି ବିଜୟୀ ହୋଇଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ୩୬ ଥିବା ବେଳେ ବିଜେପି ୪୮ଟି ଆସନ ଜିତି ପୂରା ଦୃଢ଼ ସ୍ଥିତିରେ ନିଜକୁ ରଖିଛି। ଆପ୍ ୨୨ଟି ଆସନ ଜିତିଛି। ଅନ୍ୟପକ୍ଷରେ ଗତ ଥର ଭଳି କଂଗ୍ରେସକୁ ଏଥର ମଧ୍ୟ ନିରାଶ ହେବାକୁ ପଡ଼ିଛି। ଦଳ ଗୋଟିଏ ବି ଆସନ ଜିତିପାରି ନାହିଁ। ୨୦୨୦ରେ ଆପ୍ ୬୨ଟି ଆସନ ଜିତିଥିବା ବେଳେ ବିଜେପି ୮ଟି ଆସନ ଜିତିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |