ମୋ ବସର ନାମ ପରିବର୍ତ୍ତନ

ଭୁବନେଶ୍ୱର,୮।୨:  ‘ମୋ ବସ୍‌’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’ । ଏନେଇ କହିଛନତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗଣମାଧ୍ୟମକୁ ଆଜି ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।ମୋ ବସର ନାଁ ପରିବର୍ତ୍ତନ ହୋଇ ଆମ ବସ ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।  ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ ହେବ।ଏହା ସହ ସେ କହିଛନ୍ତି, ଦୁର୍ଘଟଣା ରୋକିବାକୁ ବସ୍‌ ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍‌ରେ ଆଡସ ମଧ୍ୟ ଲାଗିବ। ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ ବାଜିବ।ନିକଟରେ ମୋ ବସ୍‌ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିଲା। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଥିଲା। ମୃତ ନାବାଳିକାଙ୍କ ବୟସ ୧୩ ବର୍ଷର। ଗତ କିଛି ଦିନ ହେବ ଲଗାତାର ମୋ ବସ୍ ଦୁର୍ଘଟଣା ଘଟାଉଥିବା ଖବର ସାମ୍ନାକୁ ଆସୁଛି । ତେବେ ଏନେଇ ଆଜି ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ରୋକିବାକୁ ବସ୍‌ର ଆଗରେ ଓ ପଛରେ କ୍ୟାମେରା ଲାଗିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!