ଆଜି ଦିନ ୧.୩୦ରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଭୁବନେଶ୍ୱର, ୯।୨:ଦୀର୍ଘ ଦିନ ପରେ ଆଜି ବାରବାଟୀ କମ୍ପିବ। ଦର୍ଶକଙ୍କ ଚିୟରିଙ୍ଗରେ ଫାଟିପଡିବ ଷ୍ଟାଡିୟମ। କାରଣ ଆଜି ହେବାକୁ ଯାଉଛି ସୁପର ସଣ୍ଡେରେ ସୁୁପର ମୁକାବିଲା। ଦୀର୍ଘ ୬ ବର୍ଷ ପରେ ବାରବାଟୀ ପଡିଆରେ ଦେଖିବାକୁ ମିଳିବ କ୍ରିକେଟରଙ୍କ ଜଲଓ୍ୱା।ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଥିବାରୁ ଏଠାରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। କାରଣ ଯଦି ଭାରତ ମ୍ୟାଚ୍‌ ଜିତେ ତେବେ ସିରିଜ ବିଜୟୀ ହୋଇଯିବ। ତେଣୁ ଇଂଲଣ୍ଡ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ ନିଶ୍ଚିତ। ଏହି ମ୍ୟାଚ୍‌ ଇଂଲଣ୍ଡ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଖେଳ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ। ମ୍ୟାଚ୍‌କୁ ନେଇ ଓଡ଼ିଶା କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ଅନ୍‌ଲାଇନ୍‌ଠାରୁ ଆରମ୍ଭ କରି ବକ୍ସ ଅଫିସ ଟିକେଟ ବିକ୍ରିରେ ପ୍ରତିଫଳିତ ହୋଇସାରିଛି। ଏବେ କେବଳ ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା।କ୍ରିକେଟ୍  ପ୍ରେମୀ ବି ବେଶ୍ ଉତ୍ସାହିତ। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ।ଏକଥା କହିବାର ଆବଶ୍ୟକ ବି ନାହିଁ। କାରଣ ଟିକେଟ ବିକ୍ରି ସମୟର ଦୃଶ୍ୟ ବଖାଣୁଥିଲା କି ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ପାଇଁ ଲୋକଙ୍କ ଭିତରେ କେତେ କ୍ରେଜ୍।ଆଜି ଦିନ ୧.୩୦ରେ ଆରମ୍ଭ ହେବ ସୁପର ମ୍ୟାଚ୍। ଜୋରଦାର ହେବ ଟକ୍କର। ସୁପର ସଣ୍ଡେରେ ବାରବାଟୀ ଷ୍ଟାଡିୟମରେ ହେବ ସୁପର ମୁକାବିଲା। ଆଉ ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ ମନରେ ନାହିଁ ନଥିବା ଉତ୍ସାହ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!