ମହାକୁମ୍ଭରେ ପବିତ୍ର ସ୍ନାନ କରିବେ ମହାମହିମ ରାଷ୍ଟ୍ରପତି

ନୂଆଦିଲ୍ଲୀ ୯/୨: ସୋମବାର ଅର୍ଥାତ ଆସନ୍ତାକାଲି ମହାକୁମ୍ଭ ଯିବେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସକାଳେ ପ୍ରୟାଗରାଜର ପବିତ୍ର ଜଳର ତ୍ରିବେଣୀ ସଂଗମରେ ଯାଇ ସ୍ନାନ କରିବା ସହ ବୁଡ ପକାଇବେ ଦୌପଦୀ ମୁର୍ମୁ । ଏହି ଅବସରରେ ମହାମହିମ ସେଠାରେ ୮ ଘଣ୍ଟା ରହିବେ । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଠ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରୟାଗରାଜରେ ରହିବେ। ଏହି ସମୟରେ ସେ ସଙ୍ଗମରେ ବୁଡ଼ ପକାଇ ସ୍ନାନ କରିବା ସହ ସେ ଅକ୍ଷୟବଟ ଏବଂ ବଡ଼ ହନୁମାନ ମନ୍ଦିରରେ ଦର୍ଶନ ସହ ପୂଜା କରିବେ।ଏହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖାଯାଇ ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ। ଦେଶର ପ୍ରଥମ ନାଗରିକଙ୍କର ସଂଗମରେ ବୁଡ଼ ପକାଇବା ଏକ ଐତିହାସିକ ମୁହୂର୍ତ୍ତ ରହିବ।ଏଥିସହ ରାଷ୍ଟ୍ରପତି ଡିଜିଟାଲ ମହାକୁମ୍ଭ କେନ୍ଦ୍ରର ଅନାବରଣ କରିବେ ।ଏଥିରେ ମହାକୁମ୍ଭ ସମ୍ବଦ୍ଧରେ  ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!