କଟକ, ୯ା୨:ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ।ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ୱାନ ଡେ ସିରିଜ ଚାଲିଛି। ଏହାରି ମଧ୍ୟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିଥିଲା। ପ୍ରଥମ ଇଂନିସ ଶେଷ ହୋଇଛି, ଏବଂ ଦ୍ୱିତୀୟ ଇଂନିସ ଆରମ୍ଭ ହେବ।ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଟିମ 304 ରନ୍ ହାସଲ କରିଛି। ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ଅଧିକ ୧୦ ଓଭରରେ ୩୫ ରନ ଦେଇ ୩ ୱିକେଟ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ମୋହମ୍ମଦ ଶାମୀ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବରୂଣ-ଚକ୍ରବର୍ତ୍ତୀ ଗୋଟିଏ-ଗୋଟିଏ ୱିକେଟ ହାସଲ କରିଛନ୍ତି।ଇଂଲଣ୍ଡର ଟିମ ସମୁଦାୟ 304 ରନ କରିଛି। ୩୦୫ ରନ ଭାରତ ପାଇଁ ଚ୍ୟାଲେଞ୍ଜିଂ ରହିଛି। ସବୁ ଦର୍ଶକଙ୍କ ନଜର ଭାରତୀୟ ଖେଳାଳି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିଛି। ତେବେ କଟକ ବାରବାଟୀରେ କେମିତି ଖେଳିବ ଭାରତୀୟ ଟିମ, ସେଥିପ୍ରତି ସମସ୍ତଙ୍କ ଉତ୍ସାହ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |