ନୂଆଦିଲ୍ଲୀ,,୯ା୨ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ସଂଖ୍ୟାଗରିଷ୍ଠତା ହାସଲ କରିଛି। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫୁଟିଛି ପଦ୍ମ।ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସରକାର ଗଠନ ନେଇ ରଣନୀତି ଆରମ୍ଭ ହୋଇଛି। ରଣନୀତିରେ ବିଦାୟୀ ଆପ୍ ସରକାରର କଳା କାରନାମାକୁ ପଦାରେ ପକାଇବା ଲାଗି ଦିଲ୍ଲୀ ସଚିବାଳୟକୁ ସିଲ୍ କରି ଦିଆଯାଇଛି। ଦିଲ୍ଲୀ ସରକାରଙ୍କ ଯୁଗ୍ମ ସଚିବ ପ୍ରଦୀପ ଦୟାଲ ଜାରି କରିଥିବା ନିର୍ଦେଶ ଅନୁଯାୟୀ ସଚିବାଳୟର କୌଣସି ଫାଇଲ ସ୍ଥାନାନ୍ତର କରାଯାଇପାରିବ ନାହିଁ। ଆପ୍ର ପରାଜୟ ପରେ ସରକାର ଦିଲ୍ଲୀ ସଚିବାଳୟରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ନେଇଯିବାର ଆଶଙ୍କା ରହିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। କାରଣ ବିଦାୟୀ ଆପ୍ ସରକାର ବିଭିନ୍ନ ପ୍ରକାର ଦୁର୍ନୀତିରେ ଲିପ୍ତ ଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ଆସୁଥିଲା। ସାଧାରଣ ପ୍ରଶାସନ ବିଭାଗର ଅନୁମତି ବିନା କୌଣସି ଫାଇଲ ସ୍ଥାନାନ୍ତର ହୋଇପାରିବ ନାହିଁ। ଏ ସମ୍ପର୍କରେ ସଚିବାଳୟର ସମସ୍ତ ବିଭାଗ ମୁଖ୍ୟଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଦିଲ୍ଲୀ ସରକାର କହିଛନ୍ତି ସଚିବାଳୟରେ କାର୍ଯ୍ୟ ପୂର୍ବପରି ଚାଲିଛି।ଆଉ ଦିଲ୍ଲୀରେ ବିଜେପିର ବିଜୟ ପରେ ଦିଲ୍ଲୀ ସଚିବାଳୟକୁ ସିଲ୍ କରାଯାଇଛି । ସଚିବାଳୟରେ ଥିବା ସମସ୍ତ ଫାଇଲକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ସରକାରର ଜେନେରାଲ ଆଡମିନଷ୍ଟ୍ରେସନ ଡିପାର୍ଟମେଣ୍ଟ ଏକ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି କି ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଓ ଅଭିଲେଖାର ସୁରକ୍ଷା ପାଇଁ ଏହି ଅନୁରୋଧ କରାଯାଉଛି କି ସାଧାରଣ ପ୍ରଶାସନ ବିଭାଗର ବିନା ଅନୁମତିରେ କୌଣସି ଫାଇଲ, କମ୍ପ୍ୟୁଟର ହାର୍ଡଓ୍ୱେୟାର ବାହାରକୁ ନନେବା ପାଇଁ ନିର୍ଦ୍ଦେଶ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |