ଆହୁରି ୩ ଡିଗ୍ରୀ ଖସିବ ପାରଦ ,ବଢିବ ରାତି ତାପମାତ୍ରା

ଭୁବନେଶ୍ୱର,୯ା୨: ରାଜ୍ୟରୁ   ଶୀତ ଉଭାନ ହୋଇଯାଇଥିଲା। ତାପମାତ୍ରା ବୃଦ୍ଧି ପାଇବା ସହ ଲୋକେ ଫେବୃଆରୀ  ଆଜିଠୁ ରାତିରୁ ତାପମାତ୍ରା ପୁଣି ଉପରମୁହାଁ ହୋଇପାରେ । କିଛି ସ୍ଥାନରେ ପାରଦ ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ପୂର୍ବାନୁମାନ କରିଛି ।ଆରମ୍ଭରୁ ଗ୍ରୀଷ୍ମ ଋତୁର ଅନୁଭବ କରିଥିଲେ। ହେଲେ ୨ଦିନ ହେଲା ପାରଦ ସାମାନ୍ୟ ତଳକୁ ଖସିବା ସହ ଖରାତାତି ପ୍ରକୋପ କମିଛି। ଶନିବାର ସର୍ବୋଚ୍ଚ ଦିନ ତାପମାତ୍ରା ଅନୁଗୋଳରେ ୩୪.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ରାଉରକେଲାରେ ସର୍ବନିମ୍ନ ରାତି ତାପମାତ୍ରା ୯.୭ ଡିଗ୍ରୀ ରହିଥିଲା।ବର୍ତ୍ତମାନ ପଶ୍ଚିମା ବାୟୁ ପ୍ରବାହ ଉତ୍ତର ପୂର୍ବ ଆଡକୁ ଯାଉଥିବା ବେଳେ ଗୁରୁଚାପ ମଧ୍ୟ କମିଛି । ଉତ୍ତର ପଶ୍ଚିମ ଦିଗରୁ ଓଡିଶାରେ ଥଣ୍ଡା ପବନ ଆସୁଛି । ଏହି କାରଣରୁ କିଛି ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଥିବୂା ନେଇ ସୋଆ ଜଳବାୟୁ ଏବଂ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ଼ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ତେବେ ସୋମବାର ସୁଦ୍ଧା ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଲଗାତାର ୨୦ ଦିନ ଧରି ରାଜ୍ୟରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ଆହୁରି ୨ଦିନ ଏହି ଧାରା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ରବିବାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ତେଣୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!