ଧୂପରୁ ନିଆଁ ଲାଗି ନିଜ ଦୋକାନରେ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡ଼ା୯ା୨:ପାନ ଦୋକାନରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ ମହିଳା। ପାନ ଦୋକାନରେ ବିକ୍ରି ହେଉଥିଲା ପେଟ୍ରୋଲ। ଧୂପରୁ ନିଆଁ ଲାଗିଥିବା ସନ୍ଦେହ।ଯେହେତୁ ଦୋକାନରେ ପେଟ୍ରୋଲ ବି ବିକ୍ରି ହେଉଥିଲା। ତେଣୁ ନିଆଁ ଶୀଘ୍ର ବ୍ୟାପିଗଲା।ଆଉ ମହିଳା ଜଣକ ବାହାରକୁ ନ ବାହାରି ପାରି ଜଳିଗଲେ।ମୃତ ମହିଳା ଜଣଙ୍କ ହେଲେ କମଳା ସାହୁ (୪୮)। ସକାଳୁ ସକାଳୁ ଦୋକାନ ଖୋଲି ପୂଜା କରିଥିଲେ। ଆଉ ଧୂପ ମଧ୍ୟ ଦେଇଥିଲେ। ସେହି ଧୂପରୁ ନିଆଁ ଲାଗି ଦୋକାନ ସହ ମହିଳା ଜଣଙ୍କ ଜଳି ଯାଇଥିବା ସନ୍ଦେହ କରାଯାଉଛି।ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବକ୍ତରପୁର ଛକରେ ଥିବା ପାନ ଦୋକାନରେ। ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।ବକ୍ତାରପୁର ଛକରେ କମଳାଙ୍କ ପାନ ଦୋକାନ ରହିଛି। କମଳା ପ୍ରତିଦିନ ପରି ଆଜି ସକାଳେ ନିଜ ଦୋକାନକୁ ଯାଇଥିଲେ। ଦୋକାନ ଖୋଲି ଧୂପ ଦେଇଥିଲେ। କମଳା ଦୋକାନରେ ପୂଜା କରୁଥିବା ସମୟରେ ଜଣେ ଗ୍ରାହକ ଆସି ପେଟ୍ରୋଲ ଦେବାକୁ କହିଥିଲେ। କମଳା ପେଟ୍ରୋଲ ଠାଳି ଦେବା ବେଳେ ଠାକୁରଙ୍କ ପାଖରେ ଲାଗିଥିବା ଧୂପରୁ ନିଆଁ ଲାଗିଯାଇଥିଲା। ହଠାତ୍ ବିସ୍ଫୋରଣ ହୋଇଥିଲା।ସ୍ଥାନୀୟ ଲୋକେ ବିସ୍ଫୋରଣର ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!