ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ସଫା

ନୂଆଦିଲ୍ଲୀ,୯।୨: ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲା ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୋଲିସ ଏନ୍‌କାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଛନ୍ତି।  ଛତିଶଗଡ଼ର ବିଜାପୁର ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ନିପାତ ହୋଇଛନ୍ତି। ରବିବାର ସକାଳୁ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବାବେଳେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି ଏବଂ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ବସ୍ତର ଆଇଜିପି ସୁରନ୍ଦ ରାଜ୍‌ ସୂଚନା ଦେଇଛନ୍ତି। ଅଞ୍ଚଳରେ ଆହୁରି ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି। ଅପରପକ୍ଷେ ଏହି ଗୁଳି ବିନିମୟରେ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଦୁଇ ଯବାନ ଗୁୁରୁତର ଭାବେ ଆହତ ହୋଇଛନ୍ତି।ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଏରିଆରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ରବିବାର ହୋଇଥିବା ଗୁଳିମାଡ଼ରେ ୩୧ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହି ଅପରେସନରେ ଡିଆରଜି, ଏସଟିଏଫ୍ ଏବଂ ବସ୍ତର ଫାଇଟର୍ ଯବାନ ସାମିଲ ଥିଲେ । ଛତିଶଗଡ଼ରେ ୨୦୨୫ରେ ଏହି ଘଟଣା ପୂର୍ବରୁ ୪୯ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଛନ୍ତି ।ନକ୍ସଲଙ୍କ ଗଡ଼ ଥିବା ବସ୍ତର ସମ୍ଭାଗକୁ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ କରିବା ପାଇଁ ଅଭିଯାନ ଜାରି ରଖାଯାଇଛି । ନକ୍ସଲ ଦମନ ଅଭିଯାନରେ ଯବାନଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛୁ । ରାଜ୍ୟର ବିଜେପି ସରକାରରେ ଏବେ ସୁଦ୍ଧା ୨୬୮ ନକ୍ସଲ ନିପାତ ହୋଇଛନ୍ତି । ୭୫୦ ନକ୍ସଲ ସରେଣ୍ଡର କରିଛନ୍ତି । ଏକ ହଜାରରୁ ଅଧିକ ନକ୍ସଲଙ୍କୁ ଗିରଫ କରାଯାଇଛି । ଆଜିର ଏନକାଉଣ୍ଟରକୁ ମିଶାଇଲେ ଏହି ସଂଖ୍ୟା ୩୦୦ ହୋଇଛି । ଯେଉଁ ଗତିରେ ନକ୍ସଲଙ୍କୁ ନିପାତ କରାଯାଉଛି ଏବଂ ଆତ୍ମସମର୍ପଣ କରୁଛନ୍ତି, ଏଥିରୁ ଅନୁମାନ କରାଯାଉଛି ଯେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଟାର୍ଗେଟ୍ ସମୟ ପୂର୍ବରୁ ହିଁ ପୂରଣ ହୋଇଯିବ । ବସ୍ତର ପୋଲିସ ଅନୁସାରେ ୨୦୨୫ରେ ନକ୍ସଲରେ ବିରୋଧୀ ଅଭିଯାନରେ ଏବେ ସୁଦ୍ଧା ସାରା ରାଜ୍ୟରେ ୮୦ ନକ୍ସଲ ନିପାତ ହୋଇଛନ୍ତି । ଏଥିରୁ ୬୪ ନକ୍ସଲ ବିଜାପୁର ସମସ୍ତେ ସାତ ଜିଲ୍ଲା ବିଶିଷ୍ଟ ସମ୍ଭାଗରେ ନିହତ ହୋଇଛନ୍ତି । ଗତ ୩୨ ଦିନ ଭିତରେ ୨୫ ହାର୍ଡକୋର ମାଓବାଦୀଙ୍କ ମୃତଦେହ ମିଳିଛି । ଜାନୁଆରୀ ୨୦ ଓ ୨୧ରେ ଗରିୟାବନ୍ଦ ଏନ୍‌କାଉଣ୍ଟରରେ ମୋଟ ୧୬ ନକ୍ସଲ ନିହତ ହୋଇଥିଲେ । ୨୦୨୪ରେ ମୋଟ ୨୧୯ ନକ୍ସଲ ଯବାନଙ୍କ ଗୁଳିରେ ଟଳିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!