ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ପେ ଚର୍ଚ୍ଚା ପାଇଁ ସେମଳା ସି.ଆର.ସି.ସି.ର ନିଆରା ପ୍ରୟାସ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୦ା୨:-ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ତରଫରୁ ସେମଳା, ଡୁମୁରି ପଦର, ପକନା ଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଯୋଗଦାନ କରି ପିଲାମାନଙ୍କ ମନରେ ଧର୍ଯ୍ୟ, ସାହସ, ଆଶାର ପରିଭାଷା ବାବଦରେ ପିଲାଙ୍କୁ ଅବଗତ କରିଥିଲେ ।ଆଜି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲାଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି।ସି.ଆର.ସି.ସି. ତରଫରୁ ପିଲାମାନଙ୍କ ଶିକ୍ଷା ଗ୍ରହଣ ପରେ ପରୀକ୍ଷାରେ ସଫଳତା ପାଇଁ ଟିପ୍ସ ରେ ପିଲା ସମୁହ ମୁଁ ବି ପ୍ରଧାନ ମନ୍ତ୍ରୀ ଭଳି ହେବୁ ବୋଲି ମତ ପ୍ରକାଶ କରିଥିଲେ।ସି.ଆର.ସି.ସି .ତରଫରୁ ପିଲାମାନଙ୍କ ମନବଳ ଓ ପରୀକ୍ଷାରେ ସଫଳତା ର ଟିପ୍ପ ଦେଇ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟ କ୍ରମ କୁ ପରିଚାଳନା କରି ଏ ଅଂଚଳରେ ଶିକ୍ଷାର ବିକାଶ ପାଇଁ ଗ୍ରାମବାସୀ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!