ନବରଙ୍ଗପୁର ଜିଲ୍ଲାର ଐତିହାସିକ ଏବଂ ପ୍ରସିଦ୍ଧ କେଲିଆ ଶୈବପିଠ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୦ା୨:-ଡାବୁଗାଁ ବ୍ଲକ ଅଧିନସ୍ଥ କେଲିଆ ଶୈବପୀଠ ଏକ ପର୍ଯ୍ୟଟନସ୍ଥଳୀ ଓ ଧର୍ମାନୁଷ୍ଠାନ କହିଲେ ଚାଲେ ଏଠାରେ ଶିବରାତ୍ରି ପୂର୍ବରୁ ଭକ୍ତ ମାନଙ୍କ ଭିଡ ଆରମ୍ଭ କହାଇଗଲାଣି | ମନ୍ଦିର ଚତୁର୍ପାସର ମୋନରମା ଭରା ଶୋଭା ସତେ ଯେପତି ପର୍ଯ୍ୟଟକ ମାନଙ୍କୁ ସ୍ଵାଗତ କରିବାରେ ତତ୍ପର ହୋଇ ଉଠିଛି |ଆପଣ ମାନେ ଯଦି ଏହି ଐତିହାସିକ ଶୈବପିଠକୁ ହିବା ପାଇଁ ଚାହିଁବେ ତେବେ ଏହା ନବରଙ୍ଗପୁର ଜଲିା ସେଦରମହକୁମା ଠାରୁ ୪୫ କିମିି ତଥା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୧୩ କିମି ଦୂରରେ ଅବସ୍ତିତ। ମାନ୍ୟତା ଅନୁସାରେ ଏଠାରେ ପୂଜା ପାଉଥିବା ବାବା ଝାଡେସ୍ୱର ମହାଦେବଙ୍କ ପ୍ରସାେଦ ସେବନ ଓ ପାଦୁକା ଲେପନ କଲେ କୁଷ୍ଠ ରୋଗ ମଧ୍ୟ ଭଲ ହୋଇଥାଏ “ବୋଲି ଲୋକ ବିଶ୍ୱାସ ରହିଛି” । ପ୍ରଥମେ ଚଳ ଛପର ଘୋରେ ବାବାଙ୍କ ମନ୍ଦିର ନିର୍ମାଣ ହୋଇଥିଲା | କିନ୍ତୁ ବର୍ତ୍ତମାନ ରୋ ମନ୍ଦିର କମିଟିର ପ୍ରଚେଷ୍ଟାରେ ୨୦୦୨ ମସିହାରେ ତତକାଳୀନ ଡାବୁଗାଁ ବିଧାୟକ ଭୁଜବଳ ମଝି ,ଜିଲାପାଳ, ଆଖପାଖ ଗ୍ରାମବାସୀ ଓ ମନ୍ଦିର କମିଟିର ସହଯୋଗରେ ୧୫ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୩ ମସିହାରେ ମନ୍ଦିର ନିର୍ମାଣ ହୋଇଯାଇଥିଲା ଏବଂ ମନ୍ଦିର ପ୍ରତିଷ୍ଠା କରାଯାଇ ଥିଲା । ଏହି କେଲିଆ ଶୈବପୀଠର ନିଆରା ଆକର୍ଷଣ ହେଉଛି ଚାରିପଟେ ଥିବା ମୋନହର ଦୃଶ୍ୟ ଏବଂ ଔଷଧୀୟ ବୃକ୍ଷ ଗୁଡିକ ହରିଡା, ବାହାଡା,ଅଁଳା ଆଦି ବିଭିନ୍ନ ଔଷଧୀୟ ବୃକ୍ଷ। ଏହି ପର୍ଯ୍ୟଟନସ୍ଥଳୀ ର ଅପରୂପ ସୌନ୍ଦର୍ଯ୍ୟ ଉପଭଗ କରିବାକୁ ଏଠାକୁ ଆସନ୍ତି ଓଡିଶାର ବିଭିନ୍ନ ଜିଲ୍ଲା ସହ ପଡୋଶି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେସର ପର୍ଯ୍ୟଟକ | ଏଠାରୁ ଜଙ୍ଗଲ ରାସ୍ତାରେ ୩ କିମିି ଦୂରରେ ରହଛିି ପାର୍ବତୀ ଗୁମ୍ଫା | ଯାହାର ରହସ୍ୟ ପର୍ଯ୍ୟଟକଙ୍କୁ ଟାଣିଆଣିବାକୁ ସକ୍ଷମ ହୁଏ | ଏହିଗୁମ୍ଫା କେଉଁଠି ସମାପ୍ତ ହୋଇଛି ତାହା ଆଜିବି ରହସ୍ୟ ହୋଇ ରହିଛି | ଗୁମ୍ଫା ଭିତରେ ଥିବା ଧବଳ ରଙ୍ଗର ଲିଙ୍ଗଟି ହେଉଛି ମାଁ ପାର୍ବତୀଙ୍କ ଆସ୍ଥାନ ।ଅନ୍ୟ ଆକର୍ଷଣ ମଧ୍ୟରେ ରହିଛି “ଗଙ୍ଗା କୁଣ୍ଡ ” ଏହି ଛୋଟିଆ କୁଣ୍ଡର ପାଣି କେବେବି କମୁନି । ଏହାଛଡା ଜଙ୍ଗଲ ମଧ୍ୟକୁ କିଛିଦୂର ଚାଲିଗଲେ ଦେଖାଯାଉଛି ରାଜରାଜୋଡା କାଳର ବଗ୍ନାବଶେଷ ର ପୁରୁଣା କୁଅଁ ଏବଂ 300 /400 ବର୍ଷ ପୁରୁଣା ଇଟା ଖଣ୍ଡ ଗୁଡିକ ଏହାସହ ଜଙ୍ଗଲ ମଧ୍ୟରୁ ଭାସି ଆସୁଥିବା କୁଟୁରା, ଠେକୁଆ ଆଦି ବନ୍ୟଜନ୍ତୁଙ୍କ ଶବ୍ଦ | କିନ୍ତୁ ଦୁଃଖର ବିଷୟ ପ୍ରକୃତିର ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇ ପାରି ନାହିଁ । ପର୍ଯ୍ୟଟନ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ଦେଲେ ରାଜସ୍ବ ବୃଦ୍ଧି ସାଙ୍ଗକୁ ଆଦିବାସି ସଂସ୍କୃତି , ପରମ୍ପରା ଲୋକଲଚନାକୁ ଆସିପାରନ୍ତା ବୋଲି କେଲିଆ ଶୈବପୀଠ ମନ୍ଦିର କମିଟିର ସମ୍ପାଦକ ଶ୍ରୀ ଦେବ ରାଜ ପାତ୍ର କହିଛନ୍ତି । କିଛି ବଷ୍ ହେଲା ଏହି ଶୈବପୀଠ କୁ ପର୍ଯ୍ୟଟନ ବଭିାଗ ନିଜି ହାତକୁ ନେଇଥିବା ବେଳେ ଆଜିପର୍ଯ୍ୟନ୍ତ ଆଖିଦୃଶିଆ କୌଣସି ଉନ୍ନତି ମୂଳକ କାମ ହୋଇନାହିଁ |ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ଜିଲା ପ୍ରଶାସନ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!