ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୦ା୨:-ଜାମଗୁଡା ଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦେବଙ୍କ ଜନ୍ମତ୍ସବ ପାଳନ ଏବଂ ଅଷ୍ଟ ପ୍ରହର ନାମ ଯଜ୍ଞ ଉଦଯାପିତହେଲା। ଏହି ଅଷ୍ଟ ପ୍ରହର ନାମ ଯଜ୍ଞ ଗତ ଶୁକ୍ରବାର ଦିନ ଠାରୁ ଆରମ୍ବ ହୋଇଥିଲା ଏବଂ ରବିବାର ସରିଲା। ତିନିଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ରାଧେଶ୍ୟାମ ଅଗ୍ରୱାଲ,ବିଜୟ କୁମାର ମେହେଟା,ରାଜେଶ ଅଗ୍ରୱାଲ,ଭଗବାନ ବେହେରା,ତ୍ରିନାଥ ଲେଙ୍କା, ସୋନ୍ତସ ଦାସ, ମନ୍ଦିର ପୂଜକ ଅମିତାଭ ପଣ୍ଡା ପ୍ରମ୍ମୁଖ। ନାମ ଯଜ୍ଞ ସହ ଭଜନ କୀର୍ତ୍ତନ ଏବଂ ହୋମ କରାଯାଇ ଥିଲା। ଭକ୍ତ ମାନଙ୍କ ପାଇଁ ଆୟୋଜିତ କମିଟି ତରଫରୁ ଅର୍ଣ୍ଣ ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ତିନିଦିନ ଧରି ଚାଲିଥିବା ଏହି ନାମ ଯାଜ୍ଞରେ ଜମଗୁଡା ଗ୍ରାମ ବାସି ସହ ଆଖ ପାଖ ଅଂଚଳର ଏକ ହଜାର ରୁ ଉର୍ଦ୍ଧ ଭକ୍ତ ଏବଂ ସ୍ଥାନୀୟ ଅଂଚଳର ଜନସାଧାରଣ ଉପସ୍ଥିତି ଥିଲେ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |