ପରୀକ୍ଷା ପେ’ ଚର୍ଚ୍ଚା ୨୦୨୫, ନିଜ ସହ କଥା ହେବା ଉଚିତ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା । ନିଜ ସହ କଥା ହେବା ଉଚିତ୍ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା ଆରମ୍ଭ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍ ମୋଦୀ ପରୀକ୍ଷାର୍ଥୀ ମାନଙ୍କୁ କହିଛନ୍ତି  କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍। ଯେଉଁଠି କେହି ନ ଥିବେ ସେଠି ଆପଣ ପହଞ୍ଚନ୍ତୁ , ନେତୃତ୍ଵ ନେଇପାରିବେ। ଉତ୍ତମ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ପରୀକ୍ଷାର୍ଥୀ ମାନଙ୍କୁ ଟିପ୍ସ ଦେଇଛନ୍ତି ପିଏମ୍ ମୋଦୀ। ପିଲାଙ୍କୁ ଅଧିକ ଚାପ ନ ଦେବାକୁ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପିଲାର ଟାଲେଣ୍ଟ ଦେଖି ସେହି ଆଧାରରେ ବଢିବାକୁ ସହଯୋଗ କରନ୍ତୁ। ପରୀକ୍ଷା ଜୀବନରେ ସବୁ କିଛି , ତାହା ଭାବିବା ଭୁଲ୍ । ଲେଖିବାର ଅଭ୍ୟାସ ଥିଲେ ପରୀକ୍ଷାରେ ଲେଖିବାକୁ କଷ୍ଟ ହେବନି। ଛାତ୍ରଛାତ୍ରୀମାନେ ସମୟର ସଦୁପଯୋଗ କରିବା ଉଚିତ୍ । ଏବଂ ଟାଇମ୍ ମ୍ୟାନେଜମେଣ୍ଟ କରିବା ଶିଖିବା ଦରକାର। ଅଧିକ ନ ଭାବି ବର୍ତ୍ତମାନ ସମୟରେ ଧ୍ୟାନ ଦେଲେ ସଫଳତା ନିଶ୍ଚୟ ମିଳିବ। ତେବେ ପ୍ରଧାନମନ୍ତ୍ରୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ , ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଏହି ଅଷ୍ଟମ ସଂସ୍କରଣରେ ଅଭିନେତା ବିକ୍ରମ ମାସି, ଅଭିନେତ୍ରୀ ଦୀପିକା ପାଦୁକୋନଓ ଭୂମି ପେଡନେକର ପ୍ରମୁଖ ଯୋଗଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!