୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ଟ୍ୟୁବୱେଲ୍

ଭୁବନେଶ୍ଵର,୧୦।୨:ଖରାଦିନ ଆସିବା ପୂର୍ବରୁ ସରକାରଙ୍କ ପ୍ରସ୍ତୁତି ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖରାଦିନକୁ ଆଖି ଆଗରେ ରଖି ୭୦ ଜନସଂଖ୍ୟା ଥିବା ଗାଁରେ ଗୋଟିଏ ଏବଂ ୭୦ରୁ ଅଧିକ ଜନସଂଖ୍ୟା ଥିଲେ ଦୁଇଟି ନଳକୂପ ତିଆରି ହେବ | ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ୭୦ରୁ ଅଧିକ ଲୋକ ରହୁଥିବା ଗାଁରେ ନଳକୂପ ଖୋଳାଯିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ । ଗାଁର ଜନସଂଖ୍ୟାକୁ ଦେଖି ଟ୍ୟୁବୱେଲ୍ ଖୋଳିବେ ସରକାର । ଏନେଇ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଆବଶ୍ୟକ ପଡ଼ିଲେ ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇବେ ସରକାର । ଏଥିସହ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେବ । ଜଙ୍ଗଲ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଥିବାରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆ ଯାଇଥିବା କହିଛନ୍ତି ମନ୍ତ୍ରୀ । ୨୦୨୫ ମାର୍ଚ୍ଚ ସୁଦ୍ଧା ୭୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖା ଯାଇଥିବା ମନ୍ତ୍ରୀ କହିଛନ୍ତି ।୨୦୨୬ ମାର୍ଚ୍ଚ ମାର୍ଚ୍ଚ ସୁଦ୍ଧା ମେଗା ପ୍ରୋଜେକ୍ଟ ଗୁଡ଼ିକ ସରିବ । ଆରଡବ୍ଲୁଏସ୍ଏସ୍ ଓ ଡିଡବ୍ଲୁଏସ୍ଏସ୍ ଦ୍ଵାରା ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳ ଓ ସରପଞ୍ଚଙ୍କୁ କ୍ଷମତା ଦିଆଯାଇଛି । ପାନୀୟ ଜଳ ନେଇ ଅଭିଯୋଗ ଆସିଲେ ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଉପକୂଳ ଅଞ୍ଚଳରେ ସାଲାଇନ୍ ପାଣି ଥିବାରୁ ୧୦ ବର୍ଷ ପରେ ମଧୁର ପାଣି ସରି ଯାଉଛି । ଏଥିପାଇଁ ଅଧିକ ଆଡ଼ି ବନ୍ଧ ନିର୍ମାଣ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!