ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ ,୧୧।୨: ଆଜିଠାରୁ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା।  ଯୋରନ୍ଦା ମେଳା ଆସନ୍ତା ୧୧ ତାରିଖ ମଙ୍ଗଳବାର ଅର୍ଥାତ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦି।ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି। ମେଳା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭକ୍ତମାନଙ୍କ ଗହଳିଚହଳି ବଢ଼ିବାରେ ଲାଗିଛି।ଆଜି ସକାଳେ ବ୍ରାହ୍ମ ମୁହୂର୍ତ୍ତରୁ ଏହି ମେଳା ଆରମ୍ଭ ହୋଇଛି । ରାତି ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଛି । ସକାଳ ୫ଟା ସୁଦ୍ଧା ଅବକାଶ ସ୍ତୁସ୍ତିି ପ୍ରାର୍ଥନା, ଭିକ୍ଷା ଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୁଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ଛୋଟଛୋଟ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ବିତରଣ କରାଯାଇଛି । ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ପ୍ରତ୍ୟେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀମାନେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଗତ ଭକତଙ୍କ ମଙ୍ଗଳ କାମନା କରିବେ। ସେହିପରି ତ୍ରିସନ୍ଧ୍ୟା ପୂଜା ପରେ ଜଗତ ଭକ୍ତଙ୍କର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ସଂଧ୍ୟା ୫ଟା ୧୫ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ଜ୍ବଳନ କରିବେ। ଏଥିପାଇଁ ମହିମା ଗାଦି ନୀତି ମନ୍ଦିରରୁ ଝାଡ଼ଦୀପକୁ ସୁସଜ୍ଜିତ କରାଯାଇ ରଖାଯାଇଛି ।ମେଳା ପାଇଁ ସୋମବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼ ଆଦି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!