ଫେବୃଆରୀ ୧୬ରେ ବାରବାଟୀ ରେ କ୍ରିକେଟ ଖେଳିବେ ଷ୍ଟାର, ସୁପରଷ୍ଟାର

ଭୁବନେଶ୍ୱର ୧୨।୦୨ :କଟକ ବାରବାଟୀ ରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର । ଫେବୃଆରୀ ୧୬ରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ ଲିଗ୍ ରେ ଖେଳିବେ ଷ୍ଟାର, ସୁପର ଷ୍ଟାର । ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସି ସି ଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବେଙ୍ଗଲ ସେଲିବ୍ରିଟି କ୍ରିକେଟର କଟକ ବାରବାଟୀ ହୋମ ଗ୍ରାଉଣ୍ଡ ହେବ ବୋଲି ଟିମ୍ ଓନର ବୋନି କପୁର ଘୋଷଣା କରିଛନ୍ତି । ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ । ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାର ମାନେ ଖେଳୁଥିବାର ଦର୍ଶକ ଦେଖିବେ ।ଫେବୃଆରୀ ୧୧ ରୁ ବାରବାଟୀ ରେ ଟିକେଟ ମିଳିବା ଆରମ୍ଭ ହୋଇଛି । ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡରେ ବି ଟିକେଟ ମିଳିବ । ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ ବୋନି କପୁର ଓ ଅର୍ଜୁନ କପୁର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେସ ଖୁସି ଅନୁଭବ କରିଛନ୍ତି ବୋନି କପୁର ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!