ମାଗଣା ରାସନ ଓ ଟଙ୍କା ପାଇ ସାଧାରଣ ଲୋକ କୋଢ଼ିଆ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୨: ମାଗଣା ରାସନ ଓ ଟଙ୍କା ପାଇ ସାଧାରଣ ଲୋକ କୋଢ଼ିଆ ହୋଇଗଲେଣି। ଆଉ କେହି ପରିଶ୍ରମ କରି ଅର୍ଥ ଉପାର୍ଜନ କରିବାକୁ ଚାହୁଁନାହାନ୍ତି। କାରଣ ଘରେ ବସି ବସି ଖାଇବା ପାଇଁ ଚାଉଳ ମିଳି ଯାଉଛି। ଆଉ ଚଳିବା ପାଇଁ ଟଙ୍କା ବି ମିଳୁଛି।ତେଣୁ ଲୋକ ନିକମା ହୋଇ ଗଲେଣି।  ଏପରି ଏକ କଡ଼ା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ସହରାଞ୍ଚଳରେ ବାସହୀନ ଲୋକଙ୍କ ପାଇଁ ଆଶ୍ରୟ ଅଧିକାର ସହିତ ଜଡିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ଟିପ୍ପଣୀ ଦେଇଥିବା କଥା ସାମ୍ନାକୁ ଆସିଛି।ହେଲେ ସରକାରଙ୍କ ଏହି ମାଗଣା ଚାଉଳ ଓ ଟଙ୍କା ପାଇଁ ଅଧିକାଂଶ ଲୋକ କୋଢ଼ିଆ ହୋଇ ଗଲେଣି। ଆଉ କୌଣସି କାମ କାର୍ଯ୍ୟ ନକରି ଘରେ ବସି ରହୁଛନ୍ତି। କାରଣ ଘରେ ବସି ବସି ସେମାନଙ୍କ ପରିବାର ଚଳିଯାଉଛି।ତେଣୁ ପେଟ ପୋଷିବା ପାଇଁ କୌଣସି ଚିନ୍ତା ରହୁନି। ଯେଉଁ କାରଣ ପାଇଁ ସେମାନେ କାମ କରୁନାହାନ୍ତି। ବରଂ ଦିନକୁ ଦିନ ଅକର୍ମଣ୍ୟ ହୋଇ ପଡୁଛନ୍ତି। ଏକ ଆବେଦନର ଶୁଣାଣୀ କରି ଏପରି ମନ୍ତବ୍ୟ ଦେଇଛନ୍ତି ହାଇକୋର୍ଟ।ସେପଟେ ଯଦି ଦେଖିବା କେନ୍ଦ୍ର ସରକାର ଦେଶରୁ ଦାରିଦ୍ର୍ୟ ହଟାଇବାକୁ ଦାରିଦ୍ର୍ୟ ଦୂରିକରଣ ମିଶନ ଚୂଡାନ୍ତ କରିବାକୁ ପ୍ରକ୍ରିୟା ଜାରି ରଖିଛନ୍ତି। ସେଥିପାଇଁ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚେଷ୍ଟା ଚଲାଇଛନ୍ତି।ଆଉ ସେପଟେ କିଛି ଲୋକ ମାଗଣା ରାସନ ଓ ଟଙ୍କା ପାଇ ଘରେ କୋଢ଼ିଆ ହୋଇ ବସି ରହିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!