ଭୁବନେଶ୍ୱର,୧୩ା୨: ବିଧାନସଭାରେ ଗୁରୁବାରଠାରୁ ଚଳିତବର୍ଷର ବଜେଟ ଅଧିବେଶନ ଆରମ୍ଭ । ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ। “ଖଣିଜ ସଂପଦରେ ଭରପୂର ଓଡ଼ିଶା।ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା। ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର। ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି।ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛି ମୋ ସରକାର। ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ।ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିଛି। ବୁଧବାର ଅପରାହ୍ନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ବିଧାନସଭା ପରିସରରେ ପହଞ୍ଚତ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ସମୟରେ ଟୁଇନ୍ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଦାୟିତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଡିଜିପି ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ। ଭୁବନେଶ୍ୱର ଡିସିପି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେଉଛି। ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ସହ ୧୦୦ ଅଫିସରଙ୍କୁ ନିୟୋଜିତ କରାଯାଇଛି। ରୁଫଟପ୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବା ବେଳେ ଆନ୍ଦୋଳନକାରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯାଇଛି। ଧାରଣାସ୍ଥଳ ମହାତ୍ମା ଗାନ୍ଧୀ ମାର୍ଗକୁ ସିସିଟିଭି ନଜରରେ ରଖାଯାଇଛି। କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, କୁଇକ୍ ରିଆକ୍ସନ୍ ଟିମ୍, ମୋବାଇଲ କୁଇକ୍ ରିଆକ୍ସନ୍ ଟିମ୍ ଏବଂ କମିଶନରେଟ୍ ପୋଲିସର କାଉଣ୍ଟର ଟେରରିଷ୍ଟ୍ ସ୍କ୍ବାଡ୍ (ସିଟିଏସ୍)କୁ ମଧ୍ୟ ସଜାଗ ରଖାଯାଇଛି। ବିଧାନସଭା ଭିତର, ପରିସର ଏବଂ ପିଏମ୍ଜି ଛକ ଆଦି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯାଇଛି। ଡଗ୍ ସ୍କ୍ବାଡ୍ ଓ ବମ୍ ସ୍କ୍ବାଡ୍ ମଧ୍ୟ ଯାଞ୍ଚ କରିବା ସହ ଜଗି ରହିଛନ୍ତି। ଗଣମାଧ୍ୟମକୁ ପୋଲିସ ଡିଜି ଖୁରାନିଆ କହିଛନ୍ତି, ଏହି ଅଧିବେଶନ ପାଇଁ ସବୁ ଦିଗକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |