VIMSAR ହସ୍ପିଟାଲରେ ସ୍ୱାସ୍ଥ୍ୟବସ୍ଥାର ବିକଳ ଚିତ୍ର

ସମ୍ବଲପୁର,  ୧୩/୦୨: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ କେମୋଥେରାପି ନେଉଥିବା ରୋଗୀମାନେ ଭୟଙ୍କର ଅବ୍ୟବସ୍ଥାର ଶିକାର ହୋଇଛନ୍ତି।  ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ ଭୁଶୁଡି ପଡିଛି ସ୍ୱାସ୍ଥ୍ୟବସ୍ଥା। ବିଦ୍ୟୁତ୍ କାଟ ଯୋଗୁ କର୍କଟ ରୋଗୀମାନେ ପ୍ରାୟ ତିନି ଘଣ୍ଟା ହଇରାଣ ହରକତ ହୋଇଥିବା ଅଭିଯୋଗ ହୋଇଛି।ଅନ୍ୟ କୌଣସି ବିକଳ୍ପ ନଥିବାରୁ, ଡାକ୍ତରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଜାରି ରଖିବା ପାଇଁ ମୋବାଇଲ୍ ଫୋନ୍ ଟର୍ଚ୍ଚ ଲାଇଟ୍ ଉପରେ ନିର୍ଭର କରିବାକୁ ପଡିଥିଲା। ତେବେ ଏଠାରେ ଏକ ବ୍ୟାକଅପ୍ ଜେନେରେଟର ଥିବା ସତ୍ତ୍ୱେ, ଏହାକୁ କାର୍ଯ୍ୟକ୍ଷମ କରାଯାଇ ନଥିଲା, ଯାହା ହସ୍ପିଟାଲ ପରିଚାଳନା ପଦ୍ଧତି ଉପରେ ଚିନ୍ତା ସୃଷ୍ଟି କରିଛି।ଏହି ଘଟଣାକୁ ନେଇ ହସ୍ପିଟାଲ ପରିଚାଳନାକୁ ସମାଲୋଚନା କରାଯାଇଛି। କାହିଁକି ବିଦ୍ୟୁତ୍ ବ୍ୟାକଅପ୍ ସିଷ୍ଟମ୍ ବ୍ୟବହାର କରାଯାଇ ନଥିଲା ସେ ବିଷୟରେ ପ୍ରଶ୍ନ ମଧ୍ୟ ଉଠିଛି। ବିଶେଷକରି ଯେତେବେଳେ ବିଦ୍ୟୁତ୍ କାଟ୍ ଖବର ଅଧିକାରୀଙ୍କ ନିକଟରେ ଆଗରୁ ଥିଲା।ଏହା ପ୍ରଥମ ଘଟଣା ନୁହେଁ ଯେ, ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ପୂର୍ବରୁ ଅନେକ ସମାନ ସମାନ ସମସ୍ୟାର ଅଭିଯୋଗ କରାଯାଇଛି। ଅଙ୍କୋଲୋଜି ବିଭାଗରେ ବାରମ୍ବାର ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟା ନେଇ ଅନେକ କ୍ଷୋଭ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!