ଅମୃତ ଅନ୍ନରେ ରନ୍ଧାହେବ ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ

 ପୁରୀ, ୧୩/୦୨: ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ “ଅମୃତ ଅନ୍ନ’ ସ୍ୱତନ୍ତ୍ର ପ୍ରକଳ୍ପ  କାର୍ଯ୍ୟକାରୀ ହେବ । ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ, ଆନନ୍ଦବଜାରର ସ୍ୱତନ୍ତ୍ର କାଉଣ୍ଟରରେ ମିଳିବ । ଅମୃତ ଅନ୍ନରେ ରନ୍ଧାହେବ ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ ।ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ। ପୃଥିବୀର ସର୍ବପ୍ରାଚୀନ ଶାସ୍ତ୍ର ଆୟୁର୍ବେଦକୁ ଭିତ୍ତିକରି ତିଆରି ହୋଇଛି ମହାପ୍ରଭୁଙ୍କ ମହାପ୍ରସାଦ ବିଧି । ପ୍ରତିଦିନ ପ୍ରଭୁଙ୍କ ମଣୋହି ଗୋପାଳ ବଲ୍ଲଭ ଧୂପରୁ ଆରମ୍ଭ ହୋଇ ଶେଷ ହୁଏ ବଡ଼ସିଂହାର ଧୂପରେ । ସେଥିପାଇଁ ଏଥିରେ କିଛି ଅପମିଶ୍ରିତ ନହୋଇ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ହୋଇ ଅମୃତ ଅନ୍ନ ମହାପ୍ରସାଦ ରନ୍ଧନରେ ବ୍ୟବହୃତ ହେବ ।ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ହୋଇ ଏହି ଅମୃତ ଅନ୍ନ ମହାପ୍ରସାଦ ରନ୍ଧନରେ ବ୍ୟବହୃତ ହେବ । ଏଣିକି ରାସାୟନିକଯୁକ୍ତ ଚାଉଳରେ ହେବନି ଅବଢ଼ା ମହାପ୍ରସାଦ । ମହାପ୍ରସାଦରେ ରାସାୟନିକ ମୁକ୍ତ ଚାଉଳ ଡାଲି ବ୍ୟବହାର ପାଇଁ ରାଜ୍ୟ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।ଅର୍ଗାନିକ ଚାଉଳକୁ ପ୍ରୋତ୍ସାହନ ପାଇଁ ପ୍ରତି ପଞ୍ଚାୟତରେ ଖୋଲିବ ନୂଆ କ୍ଲଷ୍ଟର । ଖାଲି ଚାଉଳ ନୁହେଁ ଶ୍ରୀମନ୍ଦିରରେ ରାସାୟନିକ ମୁକ୍ତ ଡାଲି ,ପନିପରିବା ବ୍ୟବହାର ଉପରେ ମଧ୍ୟ ଦିଆଯିବ ଗୁରୁତ୍ଵ । ପ୍ରାରମ୍ଭିକ ପର୍ଯ୍ୟାୟର ମହାପ୍ରଭୁଙ୍କ କୋଠ ଭୋଗରେ ଲାଗିବ ଏହି ଅମୃତ ଅନ୍ନ । କୃଷି ଭବନରେ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହଙ୍କ ସୁଆର ମହାସୁଆର ନିଯୋଗର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!