ରାଜ୍ୟରେ ଅସହ୍ୟ ତାତି,ଆଗାମୀ ୪ ଦିନ ଖସିବ ପାରଦ

ଭୁବନେଶ୍ୱର ୧୩।୦୨ : ରାଜ୍ୟରେ ଅସହ୍ୟ କଲାଣି ତାତି। କଲବଲ କରୁଛି ଖରା। ଚଳିତ ବର୍ଷ ପାଇଁ ରାଜ୍ୟରେ  ପ୍ରଥମ ଥର ଦିନ ତାପମାତ୍ରା ୩୭  ଡିଗ୍ରୀ ସେଲସିୟସ୍‌ ଛୁଇଁଛି। ଝାରସୁଗୁଡ଼ାରେ ବୁଧବାର ଏହି  ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୪ ଦିନ ରାତିରେ ପାରଦ ୫ ଡିଗ୍ରୀ ତଳକୁ ଖସିଯିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ଏହାଫଳରେ କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି।ଫେବୃଆରୀ ଦ୍ବିତୀୟ ସପ୍ତାହରୁ ରାଜ୍ୟରେ ଅସମ୍ଭାଳ ଖରା ହେଲାଣି। ବୁଧବାର ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି। ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ଭଦ୍ରକରେ ୩୬.୧, ବଲାଙ୍ଗିରରେ ୩୬, ଅନୁଗୋଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଏବଂ ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ ଲେଖାଏଁ, ସୁବର୍ଣ୍ଣପୁରରେ ୩୫.୩, ମାଲକାନଗିରି, ବରଗଡ଼ରେ ୩୫.୨ ଡିଗ୍ରୀ, ଭୁବନେଶ୍ବରରେ ୩୪.୮ ଏବଂ କଟକରେ ୩୩.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଅନ୍ୟପକ୍ଷରେ ରାତିର ସର୍ବନିମ୍ନ ତାପମାତ୍ରା ଆସନ୍ତା ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!