ଭୁବନେଶ୍ୱର, ୧୩।୨: ଓଡ଼ିଶା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରୁ ଡକାୟତି ଘଟଣାରେ କମିଶନରେଟ୍ ପୋଲିସ ଜଣେ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ ବୁଧବାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଗିରଫ କରାଯାଇଥିବା ସୂଚନା ମିଳିଛି।ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋରକୁ ଗିରଫ କରାଯାଇଛି । ତା’ ନିକଟରୁ ଚୋରି ଅଳଙ୍କାର ଜବତ କରାଯାଇଛି। ଚୋରଟି ଗୁଗୁଲ ସର୍ଚ୍ଚ କରି ଚୋରି କରେ । ଧନୀ ବ୍ୟକ୍ତିଙ୍କ ଠିକଣା ଗୁଗୁଲରୁ ଖୋଜିଥାଏ। ବିଶେଷ କରି ବିତ୍ତଶାଳୀ ବ୍ୟକ୍ତିଙ୍କୁ ନିଶାନା କରିଥାଏ। ଗିରଫ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ୭୦ଟି ମାମଲା ରହିଛି। ହାଇପ୍ରୋଫାଇଲ୍ ଘରୁ ସବୁ ଚୋରି କରିଛି।ଜାନୁଆରୀ ୨୫ ରାତିରେ, ଚୋର ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ଭିଆଇପି କଲୋନିରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଘରର ମାଷ୍ଟର ବେଡରୁମରେ ପ୍ରବେଶ କରି ଚୋରି କରିଥିବା ଅଭିଯୋଗ ହୋଇଛି। ନିରଞ୍ଜନଙ୍କ ବଡ଼ ପୁଅ ଦେବଜ୍ୟୋତି ପଟ୍ଟନାୟକ ଏବଂ ତାଙ୍କ ପରିବାର ରହୁଥିବା କୋଠାର ଦ୍ୱିତୀୟ ମହଲାରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ସମେତ ନଗଦ ଏବଂ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |