ଦଲାଇ ଲାମା ଏବଂ ସମ୍ୱିତ୍ ପାତ୍ରଙ୍କୁ Z ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ,୧୩।୨: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ   Z ଶ୍ରେଣୀ ସିଆରପିଏଫ୍ ସୁରକ୍ଷା ମିଳିବ । ଗୁଇନ୍ଦା ବିଭାଗ (ଆଇବି) ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୩୦ ସିଆର୍‌ପିଏଫ୍ କମାଣ୍ଡୋଙ୍କ ଏକ ଟିମ୍ ଦଲାଇ ଲାମାଙ୍କୁ ସୁରକ୍ଷା ପ୍ରଦାନ କରିବ । ତାଙ୍କ ଛଡ଼ା ପୁରୀରୁ ବିଜେପି ସାଂସଦ ସମ୍ୱିତ୍ ପାତ୍ରଙ୍କୁ ବି ମଣିପୁରରେ ଜେଡ୍ ଶ୍ରେଣୀ ସୁରକ୍ଷା ମିଳିବ । ସମ୍ୱିତ୍ ପାତ୍ର ମଣିପୁରରେ ବିଜେପି ପ୍ରଭାରୀ ଅଛନ୍ତି ।ନୂଆଦିଲ୍ଲୀ,୧୩।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର-ପୂର୍ବ ପ୍ରଭାରୀ ଏବଂ ଏମ୍‌ପି ସମ୍ବିତ ପାତ୍ରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ Z ବର୍ଗର ସୁରକ୍ଷା ଦିଆଯାଇଛି। କେବଳ ମଣିପୁରରେ ତାଙ୍କୁ ଏହି ସୁରକ୍ଷା ମିଳିବ। ଆଇବି ରିପୋର୍ଟ ଆଧାରରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କର ସୁରକ୍ଷା ବୃଦ୍ଧି କରିଛି। ଏବେ ସିଆରପିଏଫ କମାଣ୍ଡୋ ତାଙ୍କୁ ସୁରକ୍ଷା ଯୋଗାଇବେ। ମଣିପୁର ଗତ ଦୁଇ ବର୍ଷ ଧରି ଜାତିଗତ ହିଂସାର ଶିକାର ହୋଇଛି। ଏନ ବୀରେନ ସିଂହଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି।କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍)ର ଭିଆଇପି ସୁରକ୍ଷା ଶାଖାକୁ ୮୯ ବର୍ଷୀୟ ଦଲାଇ ଲାମାଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିବା ପାଇଁ ନିର୍ଦ୍ଦେଶ ଦେଇଛି । ଦଲାଇ ଲାମାଙ୍କୁ ସାରା ଦେଶରେ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯିବ । ଏବେ ସୁଦ୍ଧା ଦଲାଇ ଲାମାଙ୍କୁ କେବଳ ହିମାଚଳ ପ୍ରଦେଶ ପୋଲିସ ଦ୍ୱାରା ସୁରକ୍ଷା ଦିଆଯାଉଥିଲା । ହିମାଚଳରୁ ଅନ୍ୟ କୌଣସି ରାଜ୍ୟକୁ ଗଲେ ସେଠାକାର ପୋଲିସ ସୁରକ୍ଷା ଦେଉଥିଲା । କିନ୍ତୁ ଏବେ ସାରା ଦେଶରେ ଜେଡ୍ ଶ୍ରେଣୀ ସୁରକ୍ଷା ମିଳିବ ।୧୯୩୫ ମସିହାରେ ଲହାମୋ ଥୋଂଡ୍ଡୁପ ରୂପେ ଜନ୍ମିତ ଦଲାଇ ଲାମାଙ୍କୁ ଦୁଇ ବର୍ଷ ବୟସରେ ହିଁ ପୂର୍ବତନ ତିବ୍ବତୀୟ ଧର୍ମଗୁରୁଙ୍କ ପୂର୍ନଜନ୍ମ ବୋଲି କୁହାଯାଇଥିଲା । ୧୯୪୦ରେ ତିବ୍ବତର ରାଜଧାନୀରେ ୧୪ତମ ଦଲାଇ ଲାମା ରୂପେ ତିବ୍ବତୀୟ ଧର୍ମଗୁରୁ ରୂପେ ମାନ୍ୟତା ଦିଆଯାଇଥିଲା । ୧୯୫୦ ମସିହାରେ ତିବ୍ବତ ଉପରେ ଚୀନ ଆକ୍ରମଣ କରିଥିଲା । ୧୯୫୯ରେ ଚୀନ ବିରୋଧୀ ବିଦ୍ରୋହ ବିଫଳ ହେବା ପରେ ଦଲାଇ ଲାମା ଭାରତରେ ଆସି ଶରଣ ନେଇଥିଲେ । ସେବେଠାରୁ ହିମାଚଳ ପ୍ରଦେଶର ଧର୍ମଶାଳାରେ ରହୁଛନ୍ତି । ୧୯୮୯ ମସିହାରେ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!