ଧୂମଧାମରେ ପାଳନ ହେଲା ଡାବୁଗାଁ ମାଘ ମଣ୍ଡେଇ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ୧୩।୨:ସଂପୂର୍ଣ୍ଣ ପାରମ୍ପରିକ ଓ ସାଂସ୍କୃତିକ ରୀତିନୀତି ରେ ପାଳନ ହେଲା ଡାବୁଗାଁ ମାଘ ମଣ୍ଡେଇ। ଲାଠି , କୁର୍ଚି, ବିମାନ, ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶିରା, ଦିଶାରୀ, ପୂଜାରୀ, ଗାଁ ର ପାରମ୍ପରିକ ମୁଖ୍ୟ ଯାତ୍ରା ପରିକ୍ରମା କରିଛନ୍ତି। ଏହି ଭବ୍ୟ ପାରମ୍ପରିକ ଯାତ୍ରାର ସାକ୍ଷ୍ୟ ଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଡାବୁଗାଁ ସରପଞ୍ଚ ତଥା କମିଟି ସଭାପତି ବିନୋଦ ସୌରା, ଉପ ସଭାପତି ସତ୍ୟ ରଞ୍ଜନ ପାତ୍ର, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର , ସୁରେନ୍ଦ୍ର ଦେଲି, କୁନୁ ପାତ୍ର ଏବଂ କମିଟି ସଭ୍ୟ ମାନେ ଭବ୍ୟ ଆୟୋଜନ ରେ ସହଯୋଗ କରିଥିବା ସ୍ଥଳେ କମିଟି ର ଆତିଥ୍ୟ ସ୍ବୀକାର କରି ଯାତ୍ରା ରେ ଉପସ୍ଥିତ ରହି ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ ଓ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଆୟୋଜନ ର ମାନବୃଦ୍ଧି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, କଂଗ୍ରେସ ସଭାପତି ଜି ସାଇ ରାଜୁ, ବିଜେପି ନେତା ସୋମନାଥ ପୂଜାରୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଜେଡି ନେତା ଏମ୍ ଅପା ରାଓ, ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଉପ ସଭାପତି ଗଗନ ଗନ୍ତାୟତ, ପାପନା ରେଲି, ପୂର୍ଣ୍ଣ ପୂଜାରୀ, ଦଶମୁ କଲାର, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଦୀର୍ଘ ତିରିଶି ବର୍ଷ ପରେ ପୋଡାଗଢ ବାବା ଭୈରବ ଙ୍କ ପବିତ୍ର ଘୋଡ଼ା ଯାତ୍ରା ରେ ସାମିଲ ହେବା ଫଳରେ ଡାବୁଗାଁ ଅଞ୍ଚଳରେ ଆନନ୍ଦ ର ଲହରୀ ଖେଳିଯାଇଛି । ବାବା ଭୈରବ ଙ୍କ ବ୍ୟତୀତ ମାଁ ପେଣ୍ଡ୍ରାଣୀ, ବଞ୍ଜାରୁଣୀ, ଦାବାଦେଇ, ଦୁଲାରଦେଈ, ଖଡିଆ ଏବଂ ଅନେକ ଦେବାଦେବୀ ଆଜି ଭୈରବଙ୍କ ମନ୍ଦିର ରେ ଏକତ୍ରିତ ହୋଇଛନ୍ତି ଏବଂ ଗୋଟିଏ ଦିନ ବିଶ୍ରାମ ପରେ ନିଜ ନିଜ ଆସ୍ଥାନ କୁ ବାହୁଡି ଯିବେ। ପ୍ରତ୍ୟାବର୍ତ୍ତନ ଦିନ କୁ ବାସୀ ମଣ୍ଡେଇ ବୋଲି କୁହାଯାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!