ଡାବୁଗାଁ ବାସୀମଣ୍ଡେଇ ଅବସରରେ ବସିଲା ପାରମ୍ପରିକ ବୈଠକ “ବେହେରନ୍”

ନବରଙ୍ଗପୁର( ମିହିର ଶଙ୍କର ପାତ୍ର ),,୧୪।୨:ଡାବୁଗାଁ ମଣ୍ଡେଇ ର ତୃତୀୟ ଦିନ କୁ ବାସୀମଣ୍ଡେଇ ବୋଲି କୁହାଯାଏ। ମଣ୍ଡେଇ ରେ ଆସିଥିବା ସମସ୍ତ ଦେବଦେବୀ ଙ୍କ ପୂଜାରୀ , ଶିରା, ଦିଶାରି, ଏବଂ ଅନ୍ୟମାନେ ନିଜ ନିଜ ଗାଁ କୁ ଫେରନ୍ତି। ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ମଣ୍ଡେଇ ଉଦ୍ଜାପନ ପୂର୍ବରୁ ପାରମ୍ପରିକ ବୈଠକ ବେହେରନ୍ ବସିଥିଲା। କମିଟି ଉପ ସଭାପତି ସତ୍ୟ ରଞ୍ଜନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ କୁ ପରିଚାଳନା କରିଥିଲେ କମିଟିର ଉପଦେଷ୍ଟା ଜୟନ୍ତ କୁମାର ପାତ୍ର। ବିଧାୟକ ମନୋହର ରନ୍ଧାରି, ସ୍ଥାନୀୟ ସରପଞ୍ଚ ତଥା କମିଟି ସଭାପତି ବିନୋଦ ସୌରା, ଦେବରାଜ ପାତ୍ର, ଏମ୍ ଅପା ରାଓ, ଜି ସାଇ ରାଜୁ, ବିଶ୍ବ ରଞ୍ଜନ ପାତ୍ର ପ୍ରମୁଖ ବେହେରନ ରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ମିଶ୍ର, ପାପନା ରେଲି, ସୁରେନ୍ଦ୍ର ରେଲି, ଈଶ୍ୱର ମାଝୀ, ଶିବ ପ୍ରସାଦ ମିଶ୍ର, ତାରିଣୀ ରେଲି, ସାଙ୍କିରି ରାଓ, କୁନୁ ପାତ୍ର, ପୂର୍ଣ୍ଣ ପୂଜାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ପାରମ୍ପରିକ ପୂଜାରୀ, ଶିରା ଓ ବାଜା ବାଲା ମାନଙ୍କୁ ପେନସନ ବ୍ୟବସ୍ଥା ଲାଗୁ ପାଇଁ ସରକାର ଙ୍କୁ ଅନୁରୋଧ କରିବା ହେତୁ ଏକ ମିଳିତ କମିଟି ଗଠନ ପାଇଁ ବେହେରନ ରେ ନିଷ୍ପତ୍ତି ନିଆ ଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!