ନୂଆ ମୁଖ୍ୟ ନିର୍ବାଚନ କମିସନର ଚୟନ ପାଇଁ ୧୭ରେ ବୈଠକ

ନୂଆଦିଲ୍ଲୀ,୧୪।୨:  ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଚୟନ ପାଇଁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଫେବ୍ରୁଆରି ୧୭, ୨୦୨୫ରେ ତିନି ଜଣିଆ କମିଟି ବୈଠକ ଡକାଯାଇଛି। ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେବେ। ବର୍ତ୍ତମାନର ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବ୍ରୁଆରି ୧୮ରେ ଶେଷ ହେଉଛି।୨ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗସ୍ତରୁ ଫେରିବା ପରେ ତାଙ୍କର ବିରୋଧୀ ଦଳ ତତା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ସହ ଏକ ବଡ଼ ବୈଠକ ବସିବାକୁ ଯାଉଛି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିକଟରେ ଦୁଇ ଦୁଇଟି ବିଧାନସଭା ନିର୍ବାଚନ ସରିଥିବାବେଳେ ଦୁଇ ଦୁଇଟିରେ ଭାଜପା ପ୍ରଚଣ୍ଡ ବହୁମତ ପାଇଛି। ଏସବୁ ପରେ ମୋଦି ଆମେରିକାରେ ପହଞ୍ଚି ରାହୁଲଙ୍କୁ ଟାର୍ଗେଯ ମଧ୍ୟ କରିଛନ୍ତି। କିନ୍ତୁ ସେଠାରୁ ଫେରିବା ପରେ ପରସ୍ପର ମୁହାଁମୁହିଁ ହେବାକୁ ଯାଉଛନ୍ତି।କାରଣ ନୂଆ ମୁଖ୍ୟ ର୍ନିବାଚନ କମିଶନର (CEC) ଚୟନ କରିବା ପାଇଁ ଆଇନ ମନ୍ତ୍ରଣାଳୟ ଦ୍ୱାରା ୧୭ ଫେବୃଆରୀ ୨୦୨୫ରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟିର ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚୟନ କମିଟି ବୈଠକରେ ଯୋଗଦେବେ। ବର୍ତ୍ତମାନର ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୮ ଫେବୃଆରୀରେ ଶେଷ ହେବାକୁ ଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!