ଇମ୍ଫାଲ,,୧୪।୨: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମଣିପୁରରେ ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଏକ ଗମ୍ଭୀର ପ୍ରସଙ୍ଗ ହୋଇଆସୁଥିଲା। ରାଜ୍ୟରେ ମୈତୈ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ସହିତ ଅନେକ ହିଂସାତ୍ମକ ସଂଘର୍ଷ ଘଟିଛି, ଯାହାଦ୍ୱାରା ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ଘରୁ ପଳାଇବାକୁ ବାଧ୍ୟ କରିଛନ୍ତି। ଗତ ୯ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୀରେନ ସିଂହ । ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍. ବୀରେନ୍ ସିଂ ଇସ୍ତଫା ଦେଇଥିଲେ ।ରାଜ୍ୟର ବିଭିନ୍ନ ସଂପ୍ରଦାୟ ମଧ୍ୟରେ ବିବାଦ ତୁଟି ନଥିଲା ବେଳେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ନାହିଁ। ଏହାସତ୍ତ୍ବେ ନିରବ ରହିଥିବା ମୁଖ୍ୟମନ୍ତ୍ରୀ ବୀରେନ ସିଂ ଅପ୍ରତ୍ୟାଶିତ ଭାବେ ଗତ ରବିବାର ନିଜ ପଦରୁ ଇସ୍ତଫା ଦେବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ରାଜ୍ୟର ବିଭିନ୍ନ ସଂପ୍ରଦାୟ ମଧ୍ୟରେ ବିବାଦ ତୁଟି ନଥିଲା ବେଳେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ନାହିଁ। ଏହାସତ୍ତ୍ବେ ନିରବ ରହିଥିବା ମୁଖ୍ୟମନ୍ତ୍ରୀ ବୀରେନ ସିଂ ଅପ୍ରତ୍ୟାଶିତ ଭାବେ ଗତ ରବିବାର ନିଜ ପଦରୁ ଇସ୍ତଫା ଦେବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |