ବିଧାନସଭା ବଜେଟ୍ ଅଧିବେଶନ : ଗୃହ ୧୨ଟା ଯାଏଁ ମୁଲତବି

ଭୁବନେଶ୍ୱର,୧୫ା୨:ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ବିରୋଧୀଙ୍କ ହଙ୍ଗମାରୁ ଆରମ୍ଭରୁ ଚାଲିପାରିିଲାନି ଗୃହ। ଆଇନ ଶୃଙ୍ଖଳା ଓ ଧାନର କଟନୀ ଛଟନୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜଡ଼ି। ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ। ତେବେ ଅଧିବେଶନ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ହୋଇଥିଲା।ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ହଙ୍ଗାମା କରିଥିଲେ। ଏଥିସହ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଛି କଂଗ୍ରେସ। ଏହିସବୁ ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୧୨ଟା ଯାଏଁ ମୁଲତବି ରହିଛି। ୧ ମିନିଟ ବି ଚାଲି ପାରିଲାନି ଅଧିବେଶନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!