ଭୁବନେଶ୍ୱର ୧୫/୦୨: ଆଜିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଯାଉଛି ଏଫଆଇଏଚ ପ୍ରୋ ଲିଗ । ଚଳିତ ବର୍ଷ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ 25 ତାରିଖ ଯାଏ ଉଭୟ ପୁରୁଷ ଏବଂ ମହିଳା ଦଳକୁ ନେଇ ଖେଳାଯିବ। ମ୍ୟାଚ ପୂର୍ବରୁ ଭାରତ, ଇଂଲଣ୍ଡ, ସ୍ପେନ ଦଳ ସାମ୍ବାଦିକ ସମିଳନୀ କରି ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ବିଶେଷ କରି ରିଓରେ ଭାରତୀୟ ଦଳର ଯେଉଁଭଳି ପ୍ରଦର୍ଶନ ରହିଥିଲା ତାକୁ ପୁଣି ଥରେ ହକି ପଡିଆରେ ଜାରି ରଖିବ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ । ହକି ଦେଖିବା ପାଇଁ ଖେଳ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |