ବିଅର କ୍ୟାନ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ

ନୂଆଦିଲ୍ଲୀ,୧୫ା୨: ଯେଉଁ ଗାନ୍ଧିଜୀଙ୍କୁ ନିଶାମୁକ୍ତ ଅଭିଯାନର କର୍ଣ୍ଣଧାରା କୁହାଯାଉଥିଲା ସେହି ବାପୁଙ୍କର ଫଟୋ ବିଅର ବୋତଲରେ ରହିଛି । ଋଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ସ୍ବାକ୍ଷର ରହିଥିବା ଦେଖାଯାଇଛି ।ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାକୁ ସୋସିଆଲ ମିଡିଆରେ ନିନ୍ଦା ଏବଂ ବିରୋଧ କରାଯାଉଥିବା ମଧ୍ୟ ଦେଖାଯାଇଛି ।ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ନାତି ସୁପର୍ଣ୍ଣ ଶତପଥି ଏକ୍ସରେ ସେୟାର କରିଛନ୍ତି । ତେବେ ସେ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରି ଋଷ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ଅନୁରୋଧ କରିଛନ୍ତି ।ଅନ୍ୟପଟେ ଆମେରିକାରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ତେବେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏଭଳି ଅସମ୍ମାନ ବର୍ତ୍ତମାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସ୍ବୀକାରଯୋଗ୍ୟ ନୁହେଁ  ଭାରତର ଅପମାନ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!