ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୫ା୨:- ଡାବୁଗାଁ ବ୍ଳକ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ୍ସ-କ୍ୟାଡର ଶିକ୍ଷକ ସଂଘ ସଭାପତି ବଲ୍ଳଭ ନାରାୟଣ ପଣ୍ଡା ଙ୍କ ସଭାପତିତ୍ବରେ ଉପ ସଭାପତି ନରସିଂ ମାଝୀ, ସମ୍ପାଦକ ଜିତେନ୍ଦ୍ର ମାଝୀ,ପ୍ରଦୀପ କୁମାର ପାଢ଼ୀ, ମନଜ ବିଷୟୀ,ଶ୍ରୀନିବାସ ରାଓ, ବାଦଲ ଜେନା, ଦୁର୍ଗା ରଥ, ରବି, ନିରାକାର ପ୍ରଧାନ, ବିଭୁଦତ୍ତ ବିଷୟୀ, ସମଦୁ,ଉଦରନ, ଶୁଭେନ୍ଦୁ, ସବିତା, ନିବେଦିତା ପ୍ରମୂଖ ଏକ୍ସ-କ୍ୟାଡର ଶିକ୍ଷକ,ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ରହି ଇନକମ ଟେକ୍ସ, ପ୍ରପେରଟି ଷ୍ଟେଟମେଣ୍ଟ, ସଂଘବଧ ଏକତା ଏବଂ ଅନ୍ୟନ୍ୟ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇ ଏହାର ସମସ୍ୟା ଯେପରି ନ ରହିବ ସେଥିପ୍ରତି ସମସ୍ତେ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା lଶେଷରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଜଗନ୍ନାଥ ମନ୍ଦିର ପରିସର ସଫେଇ କାର୍ଯ୍ୟକ୍ରମ କରାଇ ମନ୍ଦିର ପରିସର ସଫା ସୁତରା କରି ଆତ୍ମ ତୃପ୍ତି ପାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |