ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ନେଇପାରିବେନି ଛୁଟି IAS ଅଫିସର

ଭୁବନେଶ୍ବର,,୧୫।୨: ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇପାରିବେ ନାହିଁ ଆଇଏସ ଅଫିସର । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆଇଏଏସ୍ ଅଫିସରଙ୍କ ମନ ମର୍ଜି ଉପରେ ଲଗାମ ଲାଗିବ । ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇପାରିବେନି ଆଇଏଏସ୍ ଅଧିକାରୀ । ଏନେଇ ସାଧାରଣ ପ୍ରଶାସତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅନେକ ଅଧିକାରୀ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଉଛନ୍ତି , ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଏଭଳି ପଦକ୍ଷେପ ଆପଣାଯାଉଥିବା କଥା କୁହାଯାଉଛି । ଏନେଇ ଆଇଏସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଚିଠିରେ ଏହା ଉଲ୍ଲେଖ କରାଯାଇଛି ଯେ, ଯେଉଁ ଆଇଏଏସ ଅଧିକାରୀମାନେ ଛୁଟି ନେବେ ସେମାନେ ସିଧାସଳଖ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ମାଗିବେ ।ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସବୁ ଆଇଏଏସ୍ ଅଧିକାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲାଗୁ ହେବ । ନିର୍ଦ୍ଦେଶନାମାକୁ ଅବହେଳା ନ କରି ଅନୁକରଣ କରିବାକୁ କୁହାଯାଇଛି । ଆଇଏଏସ୍ ଅଧିକାରୀଙ୍କ ସମସ୍ତ ଛୁଟି କ୍ଷେତ୍ରରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!