ଭୁବନେଶ୍ୱର ୧୫/୦୨: ରତ୍ନ ଭଣ୍ଡାରରେ କେତେ ରହିଛି ଅଳଙ୍କାର । ଖୁବଶୀଘ୍ର ତଥ୍ୟ ସାର୍ବଜନୀନ କରିବେ ରାଜ୍ୟ ସରକାର । ଗଣତି ମଣତି ଶେଷ ହେବା ପରେ ରତ୍ନ ଭଣ୍ଡାରେ କେତେ ଅଳଙ୍କାର ରହିଛି ତାର ତଥ୍ୟ ଦିଆଯିବ ବୋଲି ବିଧାନସଭା ରେ କହିଲେ ଆଇନ ମନ୍ତ୍ରୀ । ମରାମତି କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ମରାମତି ଶେଷ ହେବା ପରେ ଆରମ୍ଭ ହେବ ରତ୍ନ ଭଣ୍ଡାରର ଗଣତି ମଣତି । ଶେଷ ଥର ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯାଇଥିଲା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୂର୍ତ୍ତ ମନ୍ତ୍ରୀ ।ସେ କହିଛନ୍ତି, ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି, ତାହା ସାର୍ବଜନୀନ ହେବ। ଗଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ। ଏବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଚାଲୁ ରହିଛି। ଶେଷ ହେବା ପରେ ଗଣତି ମଣତି କରାଯିବ। ରତ୍ନଭଣ୍ଡାର ଖୋଲିବା ପରେ ରତ୍ନ ଭଣ୍ଡାରରେ କେତେ ଅଳଙ୍କାର ଥିଲା । ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବଡ ସୂଚନା ଦେଇଛନ୍ତି ରାଜ୍ୟ କରକାର । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହା ସାର୍ବଜନୀନ ହେବ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି । ଶେଷ ହେବା ପରେ ଗଣତି ମଣତି ହେବ । ଗଣତି ମଣତି କାର୍ୟ୍ୟ ଶେଷ ହେବା ପରେ ତଥ୍ୟ ଦିଆଯିବ । ବିଧାନସଭାରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ । ତେବେ ଏଠାରେ କହିରଖୁଛୁ କି ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |