ନକଲି ଇଞ୍ଜିନ ଅଏଲ କାରଖାନା ଉପରେ ଚଢ଼ାଉ

ଆଠଗଡ଼, ,୧୫।୨: ନକଲି ଇଞ୍ଜିନ ଅଏଲ କାରଖାନା ଉପରେ ଚଢ଼ାଉ । ଶନିବାର ବିଶେଷ ସୂତ୍ରରୁ ଖବର ପାଇ କାନପୁର ଜଗନ୍ନାଥ ସାହିରେ ଚଢ଼ାଉ କରି ପୋଲିସ ଏକ ନକଲି ଇଞ୍ଜିନ ଅଏଲ କାରଖାନାକୁ ସିଲ୍‌ କରିଛି। ଏହା ସହ କାରବାର ଚଳାଉଥିବା ଅଭିଯୋଗରେ ଜଣକୁ ଗିରଫ କରିଛି କଟକ କାନପୁର ପୋଲିସ। ଏଠାରୁ ବିପୁଳ ମାତ୍ରାର ନକଲି ଇଞ୍ଜିନ ଅଏଲ ଜବତ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ କାନପୁର ଜଗନ୍ନାଥ ସାହିର ବିକାଶ ସାହୁ। ସେ ନିଜ ଘରେ ପୋଡ଼ା ନକଲି ଇଞ୍ଜିନ ଅଏଲକୁ ରିଫାନିଂ କରି ବିଭିନ୍ନ ନାମି ଦାମୀ କମ୍ପାନୀର ନକଲି ଲୋଗୋ ଲଗାଇ ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। ତେବେ ଘଟଣାରେ କାନପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। କୁହାଯାଉଛି ବିକାଶ ଦୀର୍ଘ ଦିନରୁ ଏହି ନକଲି ଇଞ୍ଜିନ ଅଏଲ କାରବାର ଚଳାଉଥିଲେ । ଚଢ଼ାଉ ସମୟରେ ତାଙ୍କ ନିକଟରୁ ନଗଦ ତିନି ଲକ୍ଷ ଟଙ୍କା ମଧ୍ୟ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!