ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା , ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ

ପୁରୀ ୧୬।୦୨ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ବେହେରଣ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିଥିବାର ଦୃଷ୍ଟି ଆକର୍ଷଣ ହେବାରୁ ଠାକୁରଙ୍କର ବଡ଼ ମହାସ୍ନାନ ହୋଇଛି। ଯାହାଫଳରେ ଦର୍ଶନରେ କିଛି ସମୟ ପାଇଁ ବ୍ୟାଘାତ ସୃଷ୍ଟି ହୋଇଛି ।ଶ୍ରୀମନ୍ଦିରରୁ ସାମ୍ନାକୁ ଆସିଲା ବଡ ଘଟଣା । ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ । ପୁରୀ ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିଲା । ଏହି କାରଣରୁ ଶ୍ରୀଜିଉଙ୍କର ବଡ଼ ମହାସ୍ନାନ ନୀତି କରାଯାଇଛି । ତେବେ ରକ୍ତ କେଉଁଠୁ ଆସିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।ତେବେ ଠାକୁରଙ୍କର ଏହି ବଡ଼ ମହାସ୍ନାନ ନୀତି ପାଇଁ କାଳିଆଙ୍କର ଦର୍ଶନ ବନ୍ଦ ରହିଛି । ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ। ଯେଉଁଥି ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଛି ।ଅବକାଶ ନୀତି ଶେଷ ହେବ ପରେ ଭିତର କାଠ ଦର୍ଶନ ଚାଲିଥିଲା । ଖରାରେ ଭକ୍ତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି ।ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇଥାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!