ଆଜିଠୁ ବାରବାଟୀରେ ସେଲି୍ବ୍ରିଟି କ୍ରିକେଟ୍ ଲିଗ୍

ଭୁବନେଶ୍ବର,୧୬।୨:ଆଜି  ବାରବାଟୀରେ ସେଲିବ୍ରିଟି କ୍ରିକେଟ ମ୍ୟାଚ୍ । ଆଜିଠୁ ସେଲିବ୍ରିଟି କ୍ରିକେଟ ଲିଗ୍ ଆରମ୍ଭ ହେବାକୁ ଥିବା ବେଳେ କଟକ ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର ।ଆଜି ଦୁଇଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ପ୍ରଥମ ମ୍ୟାଚ୍ ପଞ୍ଜାବ ଦା ସେର ଓ ଭୋଜପୁରୀ ଦବଙ୍ଗସ୍ ମଧ୍ୟରେ ଖେଳାଯିବ ।  ଅନ୍ୟଟି  ମୁମ୍ବାଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ । ଆଜି ବ୍ୟାଟରଙ୍କ ଚୌକା ଛକାରେ କମ୍ପିବ ବାରବାଟୀ ।ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ ସହ ହେବ । ଏଥିରେ ଅର୍ଜୁନ କପୁର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାରମାନେ ଖେଳିବେ ।ଅଭିନେତା ସୋନୁ ସୁଦ ପଞ୍ଜାବ ସେଲିବ୍ରିଟି ଟିମର ଅଧିନାୟକ ଅଛନ୍ତି  । ସେହିପରି ଅଭିନେତା ଓ ବିଜେପି ସାଂସଦ ମନୋଜ ତିୱାରୀ ଭୋଜପୁରୀ ଦବଙ୍ଗସର ଅଧିନାୟକ ଅଛନ୍ତି  । ରୀତେଶ ଦେଶମୁଖ ମୁମ୍ବାଇ ହିରୋଜ ଟିମର ଅଧିନାୟକ ଦାୟିତ୍ବ ନେଇଥିବା ବେଳେ ଯିଶୁ ସେନଗୁପ୍ତ ବେଙ୍ଗଲ ଟାଇଗସ୍ ଟିମର ଅଧିନାୟକ ଭାର ନେଇଛନ୍ତି ।ଆଜି ମଇଦାନକୁ ଓହ୍ଲାଇବା ପୂର୍ବରୁ ଗତକାଲି ପ୍ରାଟିସ କରିଥିଲେ ଷ୍ଟାର ଖେଳାଳୀ । ତେବେ ସେଲିବ୍ରିଟି କ୍ରିକେଟକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିିଳୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!