ନୂଆଦିଲ୍ଲୀ,୧୭।୨: ସୋମବାର ଭୋରୁ ଜାତୀୟ ରାଜଧାନୀ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ପରେ ବିହାର ଏବଂ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଏହାର ପ୍ରାୟ ଅଢ଼େଇ ଘଣ୍ଟା ପରେ, ବିହାରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ସିୱାନ ଜିଲା ଏହାର କେନ୍ଦ୍ର ଥିଲା। ପାଣିପାଗ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ସିୱାନ ଥିଲା। ଏଠାରେ ଭୂମିକମ୍ପର ତୀବ୍ରତା ୪.୦ ମାପ କରାଯାଇଛି। ଏଠାରେ, ସୋମବାର ସକାଳେ ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ତଥାପି, କୌଣସି ସ୍ଥାନରୁ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ଆସିନାହିଁ। ପରିସ୍ଥିତି ସ୍ବାଭାବିକ ଅଛି।ଲଗାତର ଏକାଧିକ ସ୍ଥାନରରେ ଭୂକମ୍ପ ସ୍ଥିତି ଉପୁଜିଥିବାବେଳେ କୌଣସି ଧନ ହାନୀ ଅବା ପ୍ରାଣ ହାନୀର ଖବର ପ୍ରକାଶ ପାଇନାହିଁ । ଗଣମାଧ୍ୟମ ଖବର ମୁତାବକ ଭୂକମ୍ପ ପାଇଁ ସ୍ଥନୀୟ ଅଞ୍ଚଳ ଲୋକମାନେ ଭୟଭିତ ଅଛନ୍ତି ।ଆଗାମୀ ସମୟରେ ଆହୁରି ଭୂକମ୍ପ ଝଟକା ଅନୁଭୂତ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସତର୍କ କରାଇଛନ୍ତି । ଏଥିସହ ଡରିବାର କୌଣସି ଆବଶ୍ୟକତା ନ ଥିବା ମଧ୍ୟ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |