ଆଜି ରାଜ୍ୟ ବଜେଟ୍ , ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୭।୦୨:ଆଜି ରାଜ୍ୟ ବଜେଟ୍।  ଆଜି ବିଧାନସଭାରେ ଆଗତ ହେବ 25-26 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବିଜେଟ ।   ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ ଉପସ୍ଥାପନ କରିବେ। ବିଜେପି ସରକାରର ୮ ମାସ ପରେ, ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକ୍ସା। କୁହାଯାଉଛି, ଦୁର୍ବଳ ଅର୍ଥନୀତିକୁ ବଳ ଦେବା ପାଇଁ ଖଣିଭିତ୍ତିକ ଶିଳ୍ପ ସହ କୃଷି, ଗ୍ରାମାଞ୍ଚଳ ବିକାଶ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ସରକାର ଦେଇପାରନ୍ତି ଗୁରୁତ୍ବ।ବିଶେଷ କରି ସୁଭଦ୍ରା ଯୋଜନା, ଧାନ MSP ଉପରେ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସବସିଡି ସହାୟତା, ଅନ୍ତ୍ୟୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ପେନସନ ସ୍କିମ୍, ପ୍ରତି ବ୍ଲକରେ ଷ୍ଟାଡିୟମ, ୫୮ଟି ନୂଆ ଶୀତଳ ଭଣ୍ଡାର ସହ ୧୦୦ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବଜେଟର ବଡ଼ ଅଂଶ ଯାଇପାରେ। ତେଣେ ବଜେଟରୁ ଅନେକ କିଛି ଆଶା କରୁଛନ୍ତି ଚାଷୀ, ମହିଳା ଏବଂ ଯୁବକ। ଏଥର ବଜେଟ ପାଖପାଖି ୧୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି lପୁରୁଣା ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ଗୁରୁତ୍ବ, ଘୋଷଣା ହୋଇଥିବା ଯୋଜନାରେ ବ୍ୟୟ ବରାଦ ସହ ନୂଆ ଯୋଜନା ଆଣିବା ସରକାରଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ । ବିଶେଷ କରି ସୁଭଦ୍ରା, ଧାନ ଏମଏସପି ଉପରେ 800 ଟଙ୍କାର ସବସିଡି ସହ ଅନ୍ତଦ୍ବୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା , ପ୍ରତି ବ୍ଲକ୍ ରେ ଷ୍ଟାଡିୟମ, 58 ଟି ନୂଆ ଶୀତଳ ଭଣ୍ଡାର ସହ 100 ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବ୍ୟୟ ବରାଦରେ ବଜେଟର ବଡ ଅଂଶ ଯାଇପାରେ ।ଶୂନ୍ୟକାଳରେ ବାରବାଟୀ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଓ କେନ୍ଦ୍ର ଅବହେଳା ପରି ଅନେକ ପ୍ରସଙ୍ଗ ଉଠିପାରେ l ସେହିପରି ଶାସକ ଦଳ ମଧ୍ୟ ବହୁ ପ୍ରସଂଗ ଉଠାଇପାରେ l ବିରୋଧୀ ବିଜେଡି ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଅନୁଦାନ ନଥିବା ନେଇ ବିରୋଧି ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!