ପୁରୀ ,୧୭।୦୨:ପୁରୀରେ ଭୂକମ୍ପ । ସକାଳେ ପୁରୀରେ ଭୂ-କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ମ୍ୟାଗ୍ନିଚ୍ୟୁଡ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ପୁରୀ, ବିହାର , ଦିଲ୍ଲୀ ତିନୋଟି ସ୍ଥାନରେ ଭୂକମ୍ପର ତୀବ୍ରତା ୪.୦ରୁ ଅଧିକ ରହିଛି ।ସକାଳେ ଦିଲ୍ଲୀ NCR ଅଞ୍ଚଳରେ ଭୂକଂପ ଝଟ୍କା ଅନୁଭୂତ ହୋଇଥିଲା । ସକାଳ ୫ଟା ୩୬ରେ ଝଟ୍କା ଅନୁଭୂତ ବେଳେ ଭୟଭୀତ ହୋଇଥିଲେ ଲୋକେ । ସେଫ୍ଟି ପ୍ରୋଟୋକଲ୍ ମାନିବାକୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାର କେନ୍ଦ୍ରସ୍ଥଳ ଦିଲ୍ଲୀର ପାଖାପାଖି ଅଞ୍ଚଳର ୫ କିଲୋମିଟର ମଧ୍ୟରେ ଥିଲା, ଯାହାଦ୍ଵାରା ଲୋକେ ଭୟଭୀତ ହୋଇଥିଲେ। ବିଲ୍ଡିଂ ଗୁଡ଼ିକ ଥରି ଉଠିଥିଲା।ଦିଲ୍ଲୀ ପରେ ବିହାରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.0ରେ ଭୂକମ୍ପ ଝଟକା ଅନୁଭୂତ । ସିୱାନ ଅଞ୍ଚଳରେ ସକାଳ 8ଟା 2 ମିନିଟ୍ ସମୟରେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଭୟଭୀତ ହୋଇ ପଡିଥିଲେ ଲୋକେ । ତେବେ କୌଣସି ସ୍ଥାନରେ କ୍ଷୟକ୍ଷତିକୁ ନେଇ ସୂଚନା ମିଳିପାରି ନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |