ଭୁବନେଶ୍ୱର,୧୭ା୨: ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର । ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରତ୍ୟେକ ଚାଷୀଙ୍କୁ ତାଙ୍କର ମାନ୍ୟତା ମିଳିବ । କିପରି ଚାଷୀର ଉତ୍ପାଦ ନଷ୍ଟ ହେବ ନାହିଁ, ଉଚିତ୍ ମୂଲ୍ୟ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି । ତୁରନ୍ତ ପଦକ୍ଷେପ ନିଆଯିବ ।ସେହିପରି ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ, ସେଠି ମଣ୍ଡି ବ୍ୟବସ୍ଥା ଖୁବଶୀଘ୍ର ହେବ । ଏବଂ ସେଠାକୁ ଚାଷୀ କିଭଳି ନିଜ ଉତ୍ପାଦ ଆଣି ବିକ୍ରି କରିପାରିବେ ସେନେଇ ବ୍ୟବସ୍ଥା କରାଯିବା । ଯେଉଁ ବ୍ୟବସ୍ଥା 24 ବର୍ଷ ଧରି ଚାଲିଥିଲା, ତାହା ଏବେ ବଦଳିଛି । ଦୁର୍ନୀତିଗ୍ରସ୍ତ ମିଲର୍, ଦଲାଲ୍ ଓ ଅଫିସରଙ୍କ ଉପରେ ଆକ୍ସନ୍ ନିଆଯାଉଛି । କଟନୀ ଛଟନୀ ବନ୍ଦ ହୋଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।ସେ ଆହୁରି କହିଛନ୍ତି, ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ ,ସେଠି ମଣ୍ଡି ବ୍ୟବସ୍ତା ଖୁବ୍ ଶୀଘ୍ର ହେବ ଏବଂ ସେଠାକୁ ଚାଷୀ କିଭଳି ଆଣି ନିଜ ଶସ୍ୟ ବିକିବେ ତାହାର ବ୍ୟବସ୍ଥା କରାଯିବା ସହ ଅତିରିକ୍ତ ପ୍ରଡକ୍ଟକୁ କିଭଳି ଷ୍ଟୋର କରି ରଖିବେ ତା ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ ପାଇଁ ଯୋଜନା କରାଯାଉଛି। ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଉଛୁ। ପ୍ରତ୍ୟେକ ଚାଷୀଙ୍କୁ ତାଙ୍କର ମାନ୍ୟତା ମିଳିବ। ଚାଷୀଙ୍କର ଉତ୍ପାଦ ନଷ୍ଟ ହେବ ନାହିଁ , ସଠିକ୍ ଦାମ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି। ତୁରନ୍ତ ପଦକ୍ଷେପ ନିଆଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |